ପାଉଣ୍ଟାସାହିବ ୧୫।୯: ହିମାଚଳ ପ୍ରଦେଶ ପାଉଣ୍ଟାସାହିବ ସହରରେ ଥିବା ଏକ ପିଜି ହଷ୍ଟେଲରେ ଚାଲିଥିବା ସେକ୍ସ ରାକେଟ୍ ର ପର୍ଦ୍ଦାଫାସ ହୋଇଛି । ବିଳମ୍ବିତ ରାତିରେ ପିଜି ହଷ୍ଟେଲରେ ପୋଲିସ ଚଢାଉ କରି ଏହି ରାକେଟ୍ ର ପର୍ଦ୍ଦାଫାସ କରିଥିବା ଜଣାପଡିଛି । ଘଟଣାସ୍ଥଳରୁ ପୋଲିସ ଜଣେ ଦଲାଲକୁ ଗିରଫ କରିବା ସହ ଦୁଇ ଜଣ ମହିଳାଙ୍କୁ ଉଦ୍ଧାର କରିଛି । ଏନେଇ ଅଧିକ ପଚରାଉଚରା କରୁଛି ପୋଲିସ ।
ସୂଚନାଯୋଗ୍ୟ ଯେ, ପାଉଣ୍ଟାସାହିବ ସ୍ଥିତ ଏକ ପିଜି ହଷ୍ଟେଲରେ କିଛି ଦିନ ହେବ ସେକ୍ସ ରାକେଟ୍ ଚାଲିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ମିଳିଥିବା ସୂଚନା ଆଧାରରେ ପୋଲିସ ବିଳମ୍ବିତ ରାତିରେ ସଂପୃକ୍ତ ହଷ୍ଟେଲରେ ଚଢାଉ କରିଥିଲା । ଘଟଣାସ୍ଥଳରୁ ପୋଲିସ ଜଣେ ଦଲାଲକୁ ଗିରଫ କରିଛି । ଏହାସହ ଦୁଇ ଜଣ ମହିଳାଙ୍କୁ ମଧ୍ୟ ଉଦ୍ଧାର କରି ପଚରାଉଚରା ଜାରି ରଖିଛି । ପିଜି ହଷ୍ଟେଲରେ ଚଢାଉ ପରେ ସାରା ସହରରେ ଏହାକୁ ନେଇ ଆତଙ୍କ ଖେଳିଯାଇଛି ।
ଏହା ପୂର୍ବରୁ ମଧ୍ୟ ସହରର ଅନ୍ୟ ଏକ ପିଜି ହଷ୍ଟେଲରେ ପୋଲିସ ଚଢାଉ କରି ଚାଲିଥିବା ସେକ୍ସ ରାକେଟ୍ ର ପର୍ଦ୍ଦାଫାଶ କରିଥିଲା । ପାଓଣ୍ଟାସାହିରେ ପ୍ରାୟ ୨୪ରୁ ଅଧିକ ପିଜି ହଷ୍ଟେଲ ରହିଛି । ଯାହାର ରେକର୍ଟ ସ୍ଥାନୀୟ ପୋଲିସ ନିକଟରେ ନାହିଁ । ପୂର୍ବରୁ ମଧ୍ୟ ପିଜି ହଷ୍ଟେଲରେ ସେକ୍ସ ରାକେଟ୍ ଚାଲିଥିବା ନେଇ ପୋଲିସ ସୂଚନା ପାଇଥିଲା । ମାତ୍ର କିଛି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା । ମାତ୍ର ବାରମ୍ବାର ଏଭଳି ଅଭିଯୋଗ ଆସିବା ପରେ ପୋଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଚଢାଉ କରିଛି । ଚଢାଉ ପରେ ପିଜି ହଷ୍ଟେଲରେ ଚାଲିଥିବା ର୍ୟାକେଟ୍ ର ପର୍ଦ୍ଦାଫାଶ ହୋଇଛି । ଅଭିଯୋଗ ଆସିଥିବା ଅନ୍ୟ ପିଜି ହଷ୍ଟେଲରେ ଚଢାଉ କରାଯିବ ବୋଲି ସୂଚନା ମିଳିଛି ।