ହାଇପ୍ରୋଫାଇଲ ସେକ୍ସ ରାକେଟର ପର୍ଦ୍ଦାଫାଶ: ଲିଭ୍ ଇନ୍ କପଲ ହ୍ବାଟସଆପ୍‌ରେ ଫଟୋ ପଠାଇ ଡାକୁଥିଲେ ଗ୍ରାହକ, ଘଣ୍ଟାକୁ ନେଉଥିଲେ ୫ ହଜାର

Published By : Prameya-News7 Bureau | September 11, 2019 IST

ପାଟନା୧୧|୯: ଲିଭ୍‌ ଇନ୍‌ କପଲ୍‌ ହ୍ବାଟସଆପ୍‌ରେ ଯୁବତୀଙ୍କ ଫଟୋ ପଠାଇ ଗ୍ରାହକଙ୍କୁ ଡାକୁଥିଲେ। ଘଣ୍ଟାକୁ ପ୍ରତ୍ୟେକ ଗ୍ରାହକଙ୍କଠାରୁ ୫ ହଜାର ଟଙ୍କା ସେ ଆଦାୟ କରୁଥିଲା। ବିହାରର ରାଜଧାନୀ ପାଟନାର ନେହରୁ ନଗର ଅଞ୍ଚଳରେ ଏହି ହାଇପ୍ରୋଫାଇଲ ସେକ୍ସ ରାକେଟର ପର୍ଦ୍ଦାଫାଶ ହୋଇଛି। ଗତକାଲି ବିଳମ୍ବିତ ରାତିରେ ନେହରୁ ନଗରରେ ଥିବା  ପାଟଲିପୁତ୍ରା କଲୋନିରେ ଚାଲୁଥିବା ଏହି ସେକ୍ସ ରାକେଟର ପର୍ଦ୍ଦଫାଶ ପୋଲିସ କରିଛି। ଏହି ସେକ୍ସ ରାକେଟରେ ସଂପୃକ୍ତି ଥିବା ୩ ଜଣଙ୍କୁ ପୋଲିସ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଜଣେ ମହିଳା ସାମିଲ ଅଛନ୍ତି।

ଗତକାଲି ବିଳମ୍ବିତ ରାତି(୧୦/୯/୨୦୧୯)ରେ ଗ୍ରାଣ୍ଟ ଆପାର୍ଟମେଣ୍ଟର ଫ୍ଲାଟ ନମ୍ବର-ଡି-୮ ଉପରେ ପୋଲିସ ଚଢ଼ାଉ କରିଥିଲା। ସେକ୍ସ ରାକେଟର ମାଷ୍ଟର ମାଇଣ୍ଡ ସୁଜିତ କୁମାର ଓ ତାଙ୍କ ଲିଭ୍ ଇନ ପାର୍ଟନର ରାନୀ ଥାପ୍ପାକୁ ପୋଲିସ ଗିରଫ କରିଥିଲା।ଏହା ସହ ସୁନୀଲ ନାମକ ଜଣେ ବ୍ୟକ୍ତିକୁ ମଧ୍ୟ ପୋଲିସ ଗିରଫ କରିଛି।

ପୋଲିସର ସୂଚନା ମୁତାବକ,ସୁନୀଲ ନାମକ ବ୍ୟକ୍ତି ସୋସିଆଲ ନେଟଓ୍ବାର୍କିଂ ମାଧ୍ୟମରେ ଦେହ ବ୍ୟବସାୟ କରୁଥିଲା।ସୋସିଆଲ ନେଟଓ୍ବାର୍କିଂ ମାଧ୍ୟମରେ ଦେହ ବ୍ୟବସାୟ କରିବା ପାଇଁ ସୁନୀଲ ଏକ ପେଜ୍‌ ସୋସିଆଲ ସାଇଟରେ ଖୋଲିଥିଲା। ଗତ ୨ ମାସ ହେବ ଏହି ୩ ଜଣ ସେକ୍ସ ରାକେଟରେ ସାମିଲ ହୋଇଥିଲେ ବୋଲି ପୋଲିସ କହିଛି।

ସୂଚନାଯୋଗ୍ୟ ଯେ, ସୁନୀଲ ହ୍ବାଟସଆପ୍‌ ମାଧ୍ୟମରେ ଯୁବତୀଙ୍କ ଫଟୋ ଗ୍ରାହକଙ୍କ ପାଖକୁ ପଠାଉଥିଲା।ଘଣ୍ଟା ପିଛା ୫ ହଜାର ଟଙ୍କା ଗ୍ରାହକଙ୍କ ପାଖରୁ ନେଉଥିଲା। ଏହି ତିନିଜଣଙ୍କୁ ପୋଲିସ ଗରିଫକରି ସେମାନଙ୍କ ଉପରେ ଭାରତୀୟ ଦଣ୍ଡବିଧି ଅନୁଯାୟୀ ମାମଲା ରୁଜୁ କରିଛି।ଏ ଥିସହ ମୋବାଇଲ ଫୋନ, ନଗଦ ଟଙ୍କା ଓ କିଛି ଆପତ୍ତିଜନକ ଜିନିଷ ସେମାନଙ୍କ ପାଖରୁ ପୋଲିସ ଜବତ କରିଛି।

ସେକ୍ସ ରାକେଟରେ ଗିରଫ ହୋଇଥିବା ଯୁବତୀଙ୍କୁ ବୁଝାସୁଝା କରି ତାଙ୍କୁ ଦେହ ବ୍ୟବସାୟରେ ଲଗାଯାଇଥିଲା ବୋଲି ପୋଲିସ କହିଛି। ପ୍ରଥମେ ଯୁବତୀଙ୍କୁ ବିୟୁଟି ପାର୍ଲରରେ ଚାକିରି ଦିଆଯାଇଥିଲା। ମୋଟା ଅଙ୍କର ଦରମା ଦିଆଯିବ କହି ତାଙ୍କୁ ସେକ୍ସ ରାକେଟ କାରବାର୍‌ ରେ ଲଗାଯାଇଥିଲା ବୋଲି ପୀଡ଼ିତା ଯୁବତୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.