ସେକ୍ସ ରାକେଟ୍ ଠାବ : ରାଣୀ ମହୁମାଛି ସମେତ ୪ ଗିରଫ

Published By : Prameya-News7 Bureau | November 10, 2019 IST

ପଦ୍ମପୁର ୧୦।୧୧: ସେକ୍ସ ରାକେଟ୍ ଠାବ, ରାଣୀ ମହୁମାଛି ସମେତ ୪ ଗିରଫ । ବରଗଡ଼ ଜିଲ୍ଲା ପାଇକମାଳ ଅଞ୍ଚଳରୁ ପୋଲିସ ଜଣେ ନାବାଳିକାଙ୍କ ସମେତ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି । ପାଇକମାଲ ଥାନା ନୃସିଂହନାଥ ରାସ୍ତା ତହସିଲ ଛକ ନିକଟରେ ଥିବା ଏକ ଘରେ ଚାଲିଥିଲା ଏହି କାରବାର ।

ଶାନ୍ତିଲତା ବନଛୋର ନାମକ ମହିଳା ଘରେ ତିନିଜଣ ଯୁବତୀଙ୍କୁ ଆଣି ସେମାନଙ୍କୁ ଦେହ ବ୍ୟବସାୟରେ ଲଗାଇବା ସହ ମହିଳାମାନଙ୍କୁ ମାନସିକ ନିର୍ଯାତନା ମଧ୍ୟ ଦେଉଥିଲା । ସେହି ଯୁବତୀମାନଙ୍କ ଭିତରୁ ଜଣେ ନିର୍ଯାତନା ସହି ନ ପାରି ଗତକାଲି ରାତି ପାଇକମାଲ ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ପାଇକମାଲ ଥାନା ଅଧିକାରୀ ଘଟଣା ସ୍ଥଳେ ପହଂଚି ଜଣେ ନାବାଳିକା ଓ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ରାଣୀ ମହୁମାଛି ଶାନ୍ତିଲତା ଓ ତାର ତିନିଜଣ ସହଯୋଗୀଙ୍କୁ ଗିରଫ କରିଛି।

ବିଭିନ୍ନ ସ୍ଥାନରୁ ମହିଳାମାନଙ୍କୁ ଆଣି ଦେହ ବ୍ୟବସାୟରେ ଲଗାଇବା ଓ କିଛି ମହିଳାଙ୍କୁ ବାହାର ରାଜ୍ୟରେ ବିକ୍ରି କରିଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ସେହିପରି ପୂର୍ବରୁ ବଲାଙ୍ଗିରରେ ମଧ୍ୟ ବାହାର ରାଜ୍ୟର ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ଯୁବତୀଙ୍କୁ ନେଇ ଦେହ ବ୍ୟବସାୟ ଚାଲିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.