ସେକ୍ସ ରାକେଟ୍‌ରେ ୩ ଅଭିନେତ୍ରୀ: ଅଚାନକ ଚଢ଼ଉ କଲା ପୋଲିସ୍‌

Published By : Prameya-News7 Bureau | January 17, 2020 IST

ମୁମ୍ବାଇ୧୭/୧: ଅନ୍ଧେରୀ ଇଲାକାରେ ଚାଲିଛି ସେକ୍ସ ରାକେଟ୍‌ କାରବାର୍‌। ସହରର ବଡ଼ ବଡ଼ ହୋଟେଲ ଗୁଡିକରେ ବେଧଡ଼କ ଦେହ ବ୍ୟବସାୟ ଚାଲିଥିବା ଖବର ପୋଲିସକୁ ସୂଚନା ମିଳିଥିଲା।  ରାତି ଅଧିଆ ହୋଟେଲ ଗୁଡିକ ଉପରେ ପୋଲିସ୍‌ ଚଢ଼ଉ କରିଥିଲା।  ଏହି ସେକ୍ସ ରାକେଟ ପଛରେ ଜଣେ ମହିଳାଙ୍କ ହାତ ଥିବା କଥା ମୁମ୍ବାଇ ପୋଲିସ୍‌ ସୂଚନା ଦେଇଛି। ସେକ୍ସ କାର୍‌ବାରରେ ସଂପୃକ୍ତ ମହିଳାଙ୍କ ନାଁ ପ୍ରିୟା ଶର୍ମା। ପୋଲିସ୍‌ ତିନିଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ବିଶେଷ ସୂତ୍ରରୁ ଜଣାପଡ଼ିଛି ତିନିଜଣ ଅଭିନେତ୍ରୀ। ଏଭଳି ଲଜ୍ଜାଜନକ ଦୃଶ୍ୟ ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଦେଖିବାକୁ ମିଳିଛି।

ପୋଲିସ୍ ସୂଚନା ଅନୁସାରେ ସେକ୍ସ ରାକେଟର ପରିଚାଳିକା ପ୍ରିୟା ଶର୍ମା। ସେ ବିନାୟକ ଟୁର୍ସ ଏଣ୍ଡ ଟ୍ରାଭେଲ୍‌ର ମାଲିକିଆଣୀ ବୋଲି ଜଣାପଡ଼ିଛି। ସେହିପରି ସୋସିଆଲ ସର୍ଭିସ୍‌ ବ୍ରାଞ୍ଚର ସିନିୟର ପୁଲିସ ଅଧିକାରୀ ସନ୍ଦେଶ ରେବଲଙ୍କ କହିଛନ୍ତି ଯେ ଅଭିଯୁକ୍ତ ପ୍ରିୟା ଶର୍ମାଙ୍କୁ ଗିରଫ କରାଯାଇଛି। ଉଦ୍ଧାର ହୋଇଥିବା ୩ଜଣଙ୍କ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ 'ସାବଧାନ ଇଣ୍ଡିଆ' ସୋ ରେ ଅଭିନୟ କରିଛନ୍ତି। ସେହିପରି ଅନ୍ୟ ଜଣେ ଓ୍ବେବ୍ ସିରିଜ୍‌ରେ ବି କାମ କରିଛନ୍ତି। ତୃତୀୟ ଯୁବତୀ ମରାଠୀ ଫିଲ୍ମରେ ଅଭିନୟ କରିଛନ୍ତି।

ସୂଚନାଯୋଗ୍ୟ ଯେ ଫିଲ୍ମ ଷ୍ଟାଇଲରେ ସେକ୍ସ ରାକେଟ ଚାଲିଥିବା ହୋଟେଲରେ ଚଢ଼ଉ କରିଥିଲା। ଜଣେ ପୋଲିସ କର୍ମଚାରୀ ଗ୍ରାହକ ହୋଇ ପ୍ରିୟ ଶର୍ମାଙ୍କ ପାଖକୁ ପହଞ୍ଚିଥିଲେ। ଏହା ପରେ ଉକ୍ତ ପୋଲିସ୍‌ ସେକ୍ସ ରାକେଟ୍‌ ସଂପର୍କରେ ସବୁ ତଥ୍ୟ ସଂଗ୍ରହ କରିଥିଲା।ଏହା ପରେ ମୁମ୍ବାଇ ପୋଲିସ୍‌ର ଏକ ଟିମ୍ ସେକ୍ସ ରାକେଟ ଉପରେ ଚଢ଼ାଉ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.