ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ, ଆପତ୍ତିଜନକ ଅବସ୍ଥାରେ ଥିବା ଯୁବକ ଯୁବତୀ ଗିରଫ

Published By : Prameya-News7 Bureau | July 04, 2019 IST

ମେରଠ ୪|୭: ମେରଠର ଏକ ଭିଆଇପି ଅଞ୍ଚଳରୁ ପୋଲିସ ସେକ୍ସ ର୍ୟାକେଟର ପର୍ଦ୍ଦା ଫାଶକରିଛି । ଟିପି ନଗର ପୋଲିସ ଏବଂ ହ୍ୟୁମାନ ଟ୍ରାଫିକିଂ ୟୁନିଟ୍ ସରସ୍ବତୀ ଲେନର ଏକ ଘରେ ଚଢାଉ କରିଥିଲା। ଚଢାଉ ବେଳେ ଜଣେ ଯୁବକ ଏବଂ ଯୁବତୀଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରିଥିଲେ । ସେହି ଘରୁ ଅନ୍ୟ ତିନି ଜଣ ଯୁବତୀଙ୍କୁ ଗିରଫ କରିଛି ପୋଲିସ । ସେଠାରୁ କିଛି ଆପତ୍ତିଜନର ଜିନିଷ ମଧ୍ୟ ଜବତ ହୋଇଛି । ଏହାପୂର୍ବରୁ ଜାଗୃତି ବିହାର, ଶାସ୍ତ୍ରୀନଗର, ଗଙ୍ଗାନଗରରୁ ମଧ୍ୟ ସେକ୍ସ ର୍ୟାକେଟ୍ ଧରାପଡିଥିଲା । କଲୋନୀର ଲୋକମାନେ ମଧ୍ୟ ସେକ୍ସ ର୍ୟାକେଟ୍ ର ପର୍ଦ୍ଦାଫାଶ କରିବାକୁ ପୋଲିସ ନିକଟରେ ଅନୁରୋଧ କରିଥିଲେ ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କବାଡି ବଜାର ରେଡ୍ ଲାଇଟ୍ ଏରିଆରୁ ବାହାରିବା ପରେ ସେଠାରେ ରହୁଥିବା ଦେହଜୀବୀମାନେ ଏବେ ସହରର ପଂଶ କଲୋନୀରେ ନିଜର ଠିକଣା ଖୋଜୁଛନ୍ତି । ଏଭଳି ସୂଚନା ପାଇବା ପରେ ପୋଲିସ ଏବଂ ଏଏଚଟିୟୁ ଟିମ୍ ଟିପି ନଗର ସ୍ଥିତ ପଂଶ କଲୋନୀରେ ଚଢାଉ କରି ସେଠାରେ ଚାଲିଥିବା ଦେହ ବ୍ୟବସାୟର ପର୍ଦ୍ଦାଫାଶ କରିଛନ୍ତି ।

ଘଟଣାରେ ଏସପି ଅଖିଳେଶ ନାରାୟଣ ସିଂହ କହିଛନ୍ତି ଯେ, ଏକ ଏନଜିଓର ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.