ଗେଷ୍ଟ ହାଉସ୍‌ରେ ଚାଲିଥିବା ସେକ୍ସ ରାକେଟ୍‌ର ହେଲା ପର୍ଦ୍ଦାଫାଶ : ୨ ଯୁବତୀ ଉଦ୍ଧାର, ଦଲାଲ ଗିରଫ

Published By : Prameya-News7 Bureau | November 24, 2019 IST

କୁଲ୍ଲୁ ୨୪।୧୧: ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ବହୁଳ ଭାବେ ସେକ୍ସ ରାକେଟ୍ ର ଚାଲିଛି । ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରି ରାକେଟ୍ ର ପର୍ଦ୍ଦାଫାଶ କରୁଛି । କୁଲ୍ଲୁ ଜିଲ୍ଲାରେ ମଧ୍ୟ ଚାଲିଥିବା ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ ହୋଇଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଲୋୟର ଢାଲପୁରର ଏକ ଗେଷ୍ଟ ହାଉସ୍ ରେ ଦେହ ବ୍ୟବସାୟ ଚାଲିଥିଲା । ପୋଲିସକୁ ଏନେଇ କେତେ ଦିନଠୁ ସୂଚନା ମିଳିଥିଲା । ଆଜି ପୋଲିସ ସଂପୃକ୍ତ ଗେଷ୍ଟ ହାଉସ୍‌ରେ ଚଢାଉ କରିଥିଲା । ଚଢାଉ ବେଳେ ଘଟଣାସ୍ଥଳରୁ ୨ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ଦେହ ବ୍ୟବସାୟ ଚଳାଉଥିବା ଦଲାଲକୁ ମଧ୍ୟ ଗିରଫ କରିଛି ପୋଲିସ ।

ସେହିଭଳି ଗତ ୧୮ ତାରିଖରେ ମଧ୍ୟ ପୋଲିସ ମନାଲିରେ ଚାଲିଥିବା ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ କରିଥିଲା । ସେଠାରୁ ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରାଯାଇଥିଲା । ଦୁଇ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା । ଦୁଇ ଯୁବତୀ ରାଜ୍ୟ ବାହାରର ବୋଲି ଜଣାପଡିଥିଲା ।

ମନାଲି ସହ ସଟେ ଅଲେଉ ନିକଟରେ ଥିବା ଏକ ହୋଟେଲରୁ ମଧ୍ୟ ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ ହୋଇଥିଲା । ହୋଟେଲରେ ସେକ୍ସ ରାକେଟ୍ ଚାଲିଥିବା ସୂଚନା ପାଇ ମନାଲି ପୋଲିସ ଏବଂ ଏସଆଇୟୁ ମିଳିତ ଭାବେ ଚଢାଉ କରିଥିଲେ । ପୋଲିସ ଗ୍ରାହକ ବେଶରେ ଯାଇ ଚାଲିଥିବା ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ କରିଥିଲା ।

ସେହିଭଳି ପାଓ୍ବଣ୍ଟା ସାହିବରେ ମଧ୍ୟ ଚାଲିଥିବା ଆନ୍ତଃରାଜ୍ୟ ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ ହୋଇଥିଲା । ଜିଲ୍ଲା ପୋଲିସ, ଏସଆଇୟୁ ଏବଂ ମହିଳା ପୋଲିସ ମିଳିତ ଭାବେ ଚଢାଉ କରିଥିଲେ । ଚଢାଉ ବେଳେ ଦୁଇ ଯୁବତୀଙ୍କୁ ଉଦ୍ଧାର କରିବା ସହ ଦଲାଲ ଦମ୍ପତ୍ତିଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.