ସ୍ପା ରେ ଚାଲୁଥିଲା ସେକ୍ସ ରାକେଟ୍, ପୋଲିସ ଚଢଉ ବେଳେ ଧରାପଡିଲେ ୨ ବିଦେଶିନୀ

Published By : Prameya-News7 Bureau | August 01, 2019 IST

କୋଲକାତା: ସେଲୁନ ଓ ସ୍ପା ଆଢୁଆଳରେ ଚାଲିଥିବା ଏକ ସେକ୍ସ ରାକେଟ୍ ର ପର୍ଦ୍ଦାଫାସ କରିଛି କୋଲକାତା ପୋଲିସ। ସ୍ପାରେ ଚାଲିଥିବା ଦେହ ବ୍ୟବସାୟରେ ବିଦେଶୀ ଯୁବତୀ ମଧ୍ୟ ନିୟୋଜିତ ଥିଲେ। ପୋଲିସ ମାମଲାରେ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଲୋକଙ୍କ ମଧ୍ୟରେ ଥାଇଲ୍ୟାଣ୍ଡର ୨ ଜଣ ଯୁବତୀ ହୋଇଥିବା ବେଳେ ପୋଲିସ ସେମାନଙ୍କୁ ସ୍ୱଦେଶ ଫେରାଇବା ଲାଗି ଉଦ୍ୟମ ଆରମ୍ଭ କରିଛି।

{"id":139800,"width":577,"height":393}

୫୬, ଶରତ ବୋଷ ରୋଡରେ ‘ଦି ଥାଇ ରିର୍ଟିଟ’ନାମରେ ଥିବା ସ୍ପା ତଥା ସେଲୁନରେ ଅନୈତିକ କାର୍ଯ୍ୟ ହେଉଥିବା ନେଇ ପୋଲିସ ନିକଟରେ ସୂଚନା ଥିଲା। ସେହି ସୂଚନା ଆଧାରରେ ବୁଧବାର କୋଲକାତା ପୋଲିସର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଚଢଉ କରିଥିଲା। ଏହି ଚଢଉ ବେଳେ ଦେହ ବ୍ୟବସାୟରେ ଲିପ୍ତ ଥିବା ଯୁବତୀଙ୍କ ସମେତ ଗ୍ରାହକଙ୍କୁ ମଧ୍ୟ ଗିରଫ କରାଯାଇଥିଲା।  ମୋଟ ୫ ଜଣ ଗିରଫ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨ ଜଣ ଥାଇଲ୍ୟାଣ୍ଡ ଯୁବତୀ ଥିବା ଜଣାପଡିଛି।

{"id":139801}

ତେବେ ପଶ୍ଚିମ ବଙ୍ଗ ରାଜଧାନୀରେ ଦେହ ବ୍ୟବସାୟ କିଛି ନୂଆ କଥା ନୁହେଁ। ହେଲେ ବିଦେଶୀ ନାଗିରକଙ୍କୁ ନେଇ ଦେହ ବ୍ୟବସାୟର ଏହା ନୂଆ ଘଟଣା। ଗିରଫ ୨ ଥାଇ ଯୁବତୀଙ୍କୁ ସେମାନଙ୍କ ଦେଶକୁ ଫେରାଇଦେବାକୁ ଏବେ ପୋଲିସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏ ନେଇ ଦୂତାବାସ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିବା ନେଇ କୋଲକାତା ପୋଲିସ ସୂଚନାରେ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.