ଖଣ୍ଡଗିରି ଅଂଚଳରୁ ଚୋରା ବନ୍ଧୁକ ବେପାର ସାଙ୍ଗକୁ ସେକ୍ସ ରାକେଟ ଠାବ: ୩ ବଙ୍ଗୀୟ ଯୁବତୀ ଉଦ୍ଧାର, ମାଉଜର ଓ ଅଫୁଟା ଗୁଳି ଜବତ

Published By : Prameya-News7 Bureau | April 09, 2019 IST

ଭୁବନେଶ୍ୱର ୯/୪ : ଚୋରା ବନ୍ଧୁକ ବେପାରୀଙ୍କୁ ଧରିବାକୁ ଯାଇ ଖଣ୍ଡଗିରିର ଏକ ଭଡା ଘରୁ ପୋଲିସ ସେକ୍ସ ରାକେଟ ମଧ୍ୟ ଠାବ କରିଛି | ସୂଚନାଯୋଗ୍ୟ ଯେ, ଖଣ୍ଡଗିରି ଅଂଚଳର ଏକ ଭଡା ଘରେ ଚୋରା ବନ୍ଧୁକ ବ୍ୟବସାୟ ଚାଲିଥିବା ଖବରପାଇ ପୋଲିସ ଏକ ଭଡା ଘରେ ପହଞ୍ଚିଥିଲା | ୩ ଜଣ ଚୋରା ବନ୍ଧୁକ ବେପାରୀଙ୍କୁ ଧରିବା ସହ ସେମାନେ ରହୁଥିବା ଘରେ ପୋଲିସ ତଲାସୀ କରିଥିଲା | ତଲାସୀ ବେଳେ ଗୋଟିଏ ମାଉଜର ସହ ୩ଟି ଅଫୁଟା ଗୁଳି ଜବତ କରିଥିଲା | ଏଥିସହ ସେଠାରୁ ୩ ଜଣ ବଙ୍ଗୀୟ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରିଥିଲା ପୋଲିସ |

{"id":101911}

ଏହି ଯୁବତୀମାନେ ସେକ୍ସ ରାକେଟରେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି | ଉଦ୍ଧାର ପରେ ବଙ୍ଗୀୟ ଯୁବତୀଙ୍କ ଡାକ୍ତରୀ ମଇନା କରାଯାଇଛି | ଗିରଫ ହୋଇଥିବା ୩ ଜଣ ଯୁବକଙ୍କୁ ପୋଲିସ ଅଧିକ ପଚରାଉଚୁରା ଜାରି ରଖିଛି | ଚୋରା ବନ୍ଧୁକ ବେପାରୀ ସହ ସେକ୍ସ ରାକେଟ ଠାବ ହେବାପରେ ସମ୍ପୃକ୍ତ ଅଂଚଳରେ ଆତଙ୍କ ଖେଳି ଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.