Thursday, December 13, 2018

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖଣ୍ଡଗିରି ଅଂଚଳ ଆପାର୍ଟମେଣ୍ଟରେ ସେକ୍ସ ରାକେଟ: ୨ ବଙ୍ଗୀୟ ଯୁବତୀଙ୍କ ସହ ୬ ଗିରଫ

ଭୁବନେଶ୍ୱର ୭/୧୨ : ଖଣ୍ଡଗିରି ଥାନା ଅନ୍ତର୍ଗତ ନୂଆଗାଁରେ ଥିବା ‘ଫୁଲ ପେଲେସ’ ନାମକ ଏକ ଆପାର୍ଟମେଣ୍ଟରୁ ସେକ୍ସ ରାକେଟ ଠାବ ହୋଇଛି | ଖଣ୍ଡଗିରି ପୋଲିସ ଖବର ପାଇ ଫୁଲ ପେଲେସ ଆପାର୍ଟମେଣ୍ଟ ଉପରେ ଚଢ଼ାଉ କରିଥିଲା | ଚଢ଼ାଉବେଳେ ଗୋଟିଏ ଘରେ ସେକ୍ସ ରାକେଟ ଚାଲିଥିଲା | ପୋଲିସ ଏହି ଘରୁ ୨ଜଣ ବଙ୍ଗୀୟ ଯୁବତୀଙ୍କ ସହ ୩ଜଣ ଦେହଜୀବୀଙ୍କୁ ଉଦ୍ଧାର କରିଥିବାବେଳେ ୩ଜଣ ଗ୍ରାହକଙ୍କୁ ମଧ୍ୟ ଗିରଫ କରିଛି | ଏହି ଆପାର୍ଟମେଣ୍ଟରେ ଘରଭଡା ନେଇ ସେକ୍ସ ରାକେଟ ଚଳାଉଥିବା ଗଂଜାମ ଜିଲ୍ଲାର ଜଣେ ଯୁବକକୁ ମଧ୍ୟ ପୋଲିସ ଗିରଫ କରିଛି |

1125 Views

   You May Also Like