ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ, ଆପତ୍ତିଜନକ ଅବସ୍ଥାରେ ଥିବା ୨ ଯୁବକ ଓ ୨ ଯୁବତୀ ଗିରଫ

Published By : Prameya-News7 Bureau | August 14, 2019 IST

ମେରଠ ୧୪|୮: ମେରଠ ସହରରେ ଥିବା ରେଡ୍ ଲାଇଟ୍ ଅଞ୍ଚଳର କବାଡି ବଜାର ବନ୍ଦ ହେବା ପରେ ଏବେ ପୋଶ୍ ଅଞ୍ଚଳରେ ଚାଲିଛି ଦେହ ବ୍ୟବସାୟ । ଗଙ୍ଗାନଗର ଅଞ୍ଚଳରେ ଚାଲିଥିବା ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ ହୋଇଛି । ଗଙ୍ଗାନଗର ଅଞ୍ଚଳରେ ଥିବା ପୋଶ୍ କଲୋନୀରେ ଚଢାଉ କରିଥିଲା ପୋଲିସ । କଲୋନୀରେ ଏକ ଘରେ ଚାଲିଥିବା ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ କରିଛି ପୋଲିସ । ପୋଲିସ ସେଠାରୁ ଜଣେ ଦଲାଲଙ୍କ ସମେତ ଦୁଇ ଯୁବତୀ ଏବଂ ଦୁଇ ଯୁବକଙ୍କୁ ଗିରଫ କରିଛି ।

ପୋଲିସର ସୂଚନା ଅନୁସାରେ ଗଙ୍ଗାନଗର ଅଞ୍ଚଳରେ ଥିବା ପୋଶ୍ କଲୋନୀରେ କିଛି ଦିନ ହେବ ସେକ୍ସ ରାକେଟ୍‌ ଚାଲିଥିବା ଖବର ମିଳିଥିଲା । ଫଳରେ ପୋଲିସ ଏବଂ ଏଏଚଟିୟୁ ଟିମ୍ ମଙ୍ଗଳବାର ଦିନ ସେହି ଅଞ୍ଚଳରେ ଚଢାଉ କରିଥିଲା । ଚଢାଉ ବେଳେ ପୋଲିସ ଏକ ଘରୁ ଦୁଇଟି ରୁମ୍‌ରୁ ଦୁଇ ଜଣ ଯୁବତୀ ଏବଂ ଦୁଇ ଜଣ ଯୁବକଙ୍କୁ ଆପତ୍ତିଜନକ ଅବସ୍ଥାରେ ଗିରଫ କରିଥିଲା । ଏହାସହ ଘର ଭଡା ସୂତ୍ରରେ ନେଇଥିବା ମହିଳା ଦଲାଲଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।

ଥାନା ଅଧିକାରୀଙ୍କ ସୂଚନା ଅନୁସାରେ ଅଭିଯୁକ୍ତମାନଙ୍କ ବିରୋଧରେ ଦେହ ବ୍ୟବସାୟ କରୁଥିବା ନେଇ ଅଭିଯୋଗରେ ମାମଲା ଦାୟର କରାଯାଇଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଜାଗୃତି ବିହାର, ଶାସ୍ତ୍ରୀନଗର, ପଲ୍ଲଓ୍ବପୁରମ୍, ଲାଲକୁର୍ତ୍ତି କଲୋନୀରେ ମଧ୍ୟ ସେକ୍ସ ରାକେଟ୍ ଚାଲିଥିଲା । ସେ ସବୁ ଅଞ୍ଚଳରେ ପୋଲିସ ଛାପା ମାରି ପର୍ଦ୍ଦାଫାଶ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.