Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

ଅବୈଧ ଦେହ ବ୍ୟବସାୟର ପର୍ଦ୍ଦାଫାସ କଲା ପୋଲିସ, ଦିଲ୍ଲୀରୁ ପରିଚାଳିତ ହେଉଛି ରାକେଟ୍

12/09/2019 at 7:00 PM

ଡେରାଡୁନ: ପୋଲିସ ଡେରାଡୁନରେ ଚାଲିଥିବା ଅବୈଧ ଦେହ ବ୍ୟବସାୟର ପର୍ଦ୍ଦାଫାସ କରିଛି। ମାମଲାରେ ଦଲାଲ ସମେତ ଦେହ ବ୍ୟବସାୟୀ ଓ ଗ୍ରାହକ ଗିରଫ ହୋଇଛନ୍ତି। କିଛି ଗୋଷ୍ଠୀ ଦେଶର ବିଭିନ୍ନ ରାଜ୍ୟରୁ ଯୁବତୀଙ୍କୁ ଆଣି ସହରର ବିଭିନ୍ନ ହୋଟେଲ ଓ ଗେଷ୍ଟହାଉସ୍ ରଖି ଦେହ ବ୍ୟବସାୟ କରୁଥିବାର ପୂର୍ବରୁ ପୋଲିସକୁ ସୂଚନା ଥିଲା। ସେହି ଅନୁସାରେ ପୋଲିସ ଯାଞ୍ଚ ଅଭିଯାନ ଚଳାଇଥିବା ବେଳେ ୨ଟି ଗାଡିରୁ ୭ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ କବଳରୁ ୬ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି।

ଗତ ରାତିରେ ମସୁରି ଡାଇଭର୍ସନରେ ପୋଲିସ ବ୍ୟାରିକେଡ ଲଗାଇ ବାହନ ଯାଞ୍ଚ କରିବା ବେଳେ ୨ଟି ଗାଡିରୁ ସନ୍ଦିଗ୍ଧ ସାମଗ୍ରୀ ଜବତ ହୋଇଥିଲା। ପୋଲିସ ଗାଡିରେ ବସିଥିବା ଲୋକଙ୍କ ମୋବାଇଲ ଫୋନ ଯାଞ୍ଚ କରିବା ବେଳେ ହ୍ୱାଟସ୍ ଆପରେ ଯୁବତୀଙ୍କ ଫଟୋ, ସେମାନଙ୍କ ମୂଲ୍ୟ ଆଦି ଥିବା ଦେଖି ପୋଲିସ ,ସେମାନଙ୍କୁ ଗିରଫ କରିଥିଲା। ପରେ ସେମାନଙ୍କ ହ୍ୱାଟସ୍ ଆପ୍ ସୂଚନା ଆଧାରରେ ପୋଲିସ ଚଢଉ କରି ବିଭିନ୍ନ ସ୍ଥାନରୁ ୬ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ଦଲାଲ ଓ ଗ୍ରାହକ ମିସାଇ ମୋଟ ୭ ଜଣଙ୍କୁ ଗିରଫ କରିଛି।

ଏ ସମ୍ପର୍କରେ ଗୁରୁବାର ସିଟି ଏସପି ଶ୍ୱେତା ଚୌବେ ଏକ ସାମ୍ବାଦିକ ସମ୍ମିଳନୀ କରି ସହରରେ ଚାଲିଥିବା ଅବୈଧ ଦେହ ବ୍ୟବସାୟ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଡେରାଡୁନରେ ଏହି ଦିଲ୍ଲୀରୁ ସଞ୍ଚାଳିତ ହେଉଥିବା ସେ ସାମ୍ବାଦିକମାନଙ୍କୁ କହିଛନ୍ତି।  ତେବେ ମାମଲାର ଯାଞ୍ଚ ଏବେ ଜାରି ଥିବାରୁ ଆଗକୁ ପୁରା ଘଟଣାର ରହସ୍ୟ ଖୋଲିବ ବୋଲି କହିଛନ୍ତି। ଯୁବତୀମାନଙ୍କୁ ପଚରା ଉଚରା ବେଳେ ଦିଲ୍ଲୀର ଅମିତ ନାମକ ଜନୈକ ବ୍ୟକ୍ତି ସେମାନଙ୍କୁ ଫୋନ ଯୋଗେ ସେମାନଙ୍କୁ ଡେରାଡୁନ ପଠାଉଥିବା କହିଛନ୍ତି। ତେବେ ଅମିତ କିଏ ଓ କିପରି ରାକେଟ୍ ସଞ୍ଚାଳନ କରୁଛି ପୋଲିସ ତାର ଅନୁସନ୍ଧାନ କରାଯାଉଥିବା ଏସପି କହିଛନ୍ତି  ।

   Related Posts