କଟକ ଚୌଦ୍ବାର ଅଞ୍ଚଳରେ ସେକ୍ସ ରାକେଟ୍ ଠାବ ; ଜଣେ ଯୁବତୀ ଓ ୨ଜଣ ଯୁବକଙ୍କୁ ଧରିଲା ପୋଲିସ

Published By : Prameya-News7 Bureau | October 31, 2018 IST

କଟକ ୩୧|୧୦: କଟକ ଚୌଦ୍ବାର ଥାନା ଅଂଚଳରେ ସେକ୍ସ ରାକେଟ୍ ଠାବ ହୋଇଛି। ଚୌଦ୍ବାର ମଣ୍ଡପଡା ମହାନଦୀ କୂଳରେ ଅବସ୍ଥିତ ଏକ ଫାର୍ମ ହାଉସରେ ସେକ୍ସ ରାକେଟ୍ ଚାଲୁଥିବା ଖବର ପାଇ କଟକ ଡିସିପିଙ୍କ ସ୍ବତନ୍ତ୍ର ଟିମ୍ ରାତିରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଫାର୍ମ ହାଉସର କେୟାର ଟେକର ଅସହଯୋଗ କରିବାରୁ କିଛି ଯୁବକ ଓ ଯୁବତୀ ସେଠାରୁ ଖସି ଯାଇଥିଲା । ପୋଲିସ ସେଠାରୁ ଜଣେ ଯୁବତୀ ଓ ୨ଜଣ ଯୁବକକୁ ଧରିବାରେ ସକ୍ଷମ ହୋଇଛି। ଫାର୍ମ ହାଉସଟି କଟକର ଜଣେ ପ୍ରତିଷ୍ଠିତ ଲୋକଙ୍କର ବୋଲି ଜଣାପଡ଼ିଛି। ସମ୍ପୃକ୍ତ ଲୋକ ଜଣକ ଘଟଣାକୁ ଚାପିଦେବାକୁ ଉଦ୍ୟମ ଆରମ୍ଭ କରି ଦେଇଥିବା ଜଣାପଡିଛି। ଦୀର୍ଘ ଦିନ ହେଲା ଏହି ଫାର୍ମ ହାଉସରେ ଏହି ରାକେଟ୍ ଚାଲୁଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.