Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ସେକ୍ସ ରାକେଟ ଚଢାଉ ବେଳେ ହୋଟେଲ ରୁମରୁ ଗିରଫ ହେଲେ ଛାତ୍ରଛାତ୍ରୀ

5/02/2019 at 2:05 PM

କିଶନଗଞ୍ଜ ୫/୨ : ବିହାରରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି | ବିହାର କିଶନଗଞ୍ଜରେ ସେକ୍ସ ରାକେଟ ଚାଲିଥିବା ସୂଚନା ପାଇ କିଶନଗଞ୍ଜ ପୋଲିସ ସହରର ଅନେକ ହୋଟେଲରେ ଚଢ଼ାଉ କରିଥିଲା | ଚଢ଼ାଉ ବେଳେ ହୋଟେଲରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ | ଏହାସହ ଦୁଇଟି ହୋଟେଲର ମ୍ୟାନେଜରଙ୍କୁ ପଚରାଉଚୁରା କରିଛି | କିଶନଗଞ୍ଜସ୍ଥିତ ମହାରାଜା ହୋଟେଲ, ହୋଟେଲ ଜ୍ୟୋତି, ହୋଟେଲ ସନରାଇଜରେ ପୋଲିସ ଚଢ଼ାଉ କରିଥିଲା |


ସହରର ଶାସ୍ତ୍ରୀ ମାର୍ଗସ୍ଥିତ ଜ୍ୟୋତି ହୋଟେଲ ଏବଂ ମହାରାଜା ହୋଟେଲରେ ସେକ୍ସ ରାକେଟ ଚାଲିଥିବା ପୋଲିସ ସୂଚନା ପାଇଥିଲା | ସୂଚନା ପାଇବା କ୍ଷଣି ଏସଡ଼ିପିଓ ଡାକ୍ତର ଅଖିଲେଶ କୁମାରଙ୍କ ନେତୃତ୍ୱରେ ଏକା ଟିମ ଗଠନ କରାଯାଇଥିଲା | ଏହି ଟିମ ବିଭିନ୍ନ ହୋଟେଲରେ ଚଢ଼ାଉ କରିଥିଲା | ହୋଟେଲ ଜ୍ୟୋତିରୁ ୩ ଯୋଡ଼ା ଯୁବକ ଯୁବତୀଙ୍କୁ ଗିରଫ କରିଥିଲା ପୋଲିସ | ଜ୍ୟୋତି ହୋଟେଲ ମ୍ୟାନେଜରକୁ ପୋଲିସ ପଚରାଉଚୁରା କରୁଛି | ଜ୍ୟୋତି ହୋଟେଲ ସାମ୍ନାରେ ଥିବା ମହାରାଜା ହୋଟେଲରେ ମଧ୍ୟ ପୋଲିସ ଚଢ଼ାଉ କରିଥିଲା | ମହାରାଜାର ଏକ ରୁମରୁ ଯୁବକ ଯୁବତୀଙ୍କୁ ଗିରଫ କରିଥିଲା ପୋଲିସ | ମହାରାଜାର ମ୍ୟାନେଜରକୁ ମଧ୍ୟ ପୋଲିସ ପଚରାଉଚୁରା କରୁଛି | ହୋଟେଲ ସନରାଇଜରୁ ମଧ୍ୟ ପୋଲିସ ଦୁଇ ଯୁବକ ଯୁବତୀଙ୍କୁ ଗିରଫ କରିଥିଲା |


ପୋଲିସ ଗିରଫ କରିଥିବା ସମସ୍ତ ଯୁବକ ଯୁବତୀଙ୍କ ମଧ୍ୟରୁ ଅଧିକାଂଶ ପଶ୍ଚିମବଙ୍ଗର ବିଭିନ୍ନ କଲେଜର ଛାତ୍ରଛାତ୍ରୀ |

   Related Posts