Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୧୫ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଦୀର୍ଘ ମାସେକାଳ ଚାଲିଥିଲା ଦେହ ବ୍ୟବସାୟ, ଚଢଉ ବେଳେ ଘର ଭିତରର ଦୃଶ୍ୟ ଦେଖି ଲାଜରେ ମୁହଁ ଲୁଚେଇଲା ପୋଲିସ, ୫ ଗିରଫ, ୧୩ ଅଟକ

8/08/2019 at 7:02 PM

ଆଗରା:  ଘରେ ଦେହ ବ୍ୟବସାୟ ଚାଲିଥିବା ନେଇ ଏକ ସ୍ୱେଚ୍ଛାସେବୀ ସଂସ୍ଥାର ଅଭିଯୋଗ ଆଧାରରେ ତାଜଗଞ୍ଜ ପୋଲିସ ବସୋଈରେ ଯେଉଁ ଘରେ ଚଢଉ କରିଥିଲା ତା ଭିତରର ଦୃଶ୍ୟ ଦେଖି ନିଜେ ପୋଲିସ ବି ଲଜ୍ଜାରେ ମୁହଁ ଲୁଚେଇବାକୁ ବାଧ୍ୟ ହୋଇଥିଲା। ଘରେ ୧୩ ଜଣ ଯୁବତୀଙ୍କ ସହ ୩ ଜଣ ଗ୍ରାହକ ଓ ଏହାକୁ ସଞ୍ଚାଳନ କରୁଥିବା ୨ ଜଣ ମହିଳା ବି ଥିଲେ। ହେଲେ ଘରେ ଯୁବତୀମାନେ ଗ୍ରାହକଙ୍କ ସହ ଘରେ  ସମସ୍ତଙ୍କ ସମ୍ମୁଖରେ ଖୋଲାଖୋଲି ଚଳାଇଥିଲେ ସେମାନଙ୍କ ବ୍ୟବସାୟ।  ପୋଲିସ ସମସ୍ତ ୧୮ ଜଣଙ୍କୁ ଧରି ଥାନାକୁ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ସ୍ଥାନୀୟ ଯୁବତୀ ଓ କିଛି ଯୁବତୀଙ୍କୁ ବାହାରୁ ଆଣି ବ୍ୟବସାୟରେ ଲିପ୍ତ କରାଯାଇଥିବା ଜଣାପଡିଛି।

ସ୍ୱେଚ୍ଛାସେବୀ ସଂସ୍ଥା ଯୁବତୀଙ୍କ ଇଛା ବିରୋଧରେ ସେମାନଙ୍କୁ ଏଠାକୁ ଅଣାଯାଇ କୁତ୍ସିତ କାରବାରରେ ନିୟୋଜିତ କରାଯାଇଥିବା ଅଭିଯୋଗ କରିଥିଲା। ହେଲେ ପୋଲିସ ପଚରା ଉଚରା ବେଳେ ଯୁବତୀମାନେ ନିଜ ଇଚ୍ଛାରେ ଏଠାକୁ ଆସି ଏହି କାମରେ ଲିପ୍ତ ରହୁଥିଲେ ବୋଲି କହିଛନ୍ତି। ମାମଲାରୋ ୩ ଗ୍ରାହକଙ୍କୁ ଗିରଫ କରିଥିବା ବେଳେ ମୁମ୍ବାଇରୁ ଏଠାକୁ ଆସି ଏଭଳି ବ୍ୟବସାୟ ସଞ୍ଚାଳନ କରୁଥିବା ସଞ୍ଚାଳିକା ସମେତ ଏଠାରେ ଯୁବତୀଙ୍କ ରହିବା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ କରାଇ ଦେଉଥିବା ମହିଳାକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି।

ଏଠାରେ ଯୁବତୀମାନେ ଗ୍ରାହକ ପିଛା ସଞ୍ଚାଳିକାଙ୍କୁ ଦୈନିକ ୧୫୦ ଟଙ୍କା ଦେଉଥିଲେ ବୋଲି ପୋଲିସକୁ କହିଛନ୍ତି। ବାକି ଯାହା ବଳକା ରହେ ତାହା ସେମାନଙ୍କର । ଦେଢ ଶହ ଟଙ୍କାରେ ସଞ୍ଚାଳିକା ସେମାନଙ୍କୁ ରହିବା ପାଇଁ ଘର ସହ ଖାଇବା ଓ ପିଇବା ମଧ୍ୟ ଉପଲବ୍ଧ କରାଉଥିଲେ। ପୋଲିସ ଯୁବତୀମାନଙ୍କୁ ନାରୀ ସଂରକ୍ଷଣ ଗୃହକୁ ପଠାଇ ମାମଲାର ତଦନ୍ତ ଜାରି ରଖିଛି। ସେପଟେ ଗିରଫ ଗ୍ରାହକ ଓ ସଞ୍ଚାଳିକାଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ସେମାନଙ୍କ ଜାମି ନିବେଦନ ଅଗ୍ରାହ୍ୟ ହେବାକୁ ଜେଲକୁ ଯାଇଛନ୍ତି।  

   Related Posts