ବଲାଙ୍ଗିର ଜିଲ୍ଲାର ଗ୍ରାମାଞ୍ଚଳରେ ବି ଚାଲିଛି ସେକ୍ସ ରାକେଟ୍, ଯୁବତୀଙ୍କ ସହ ତିନି ଗ୍ରାହକଙ୍କୁ ଖୁଣ୍ଟରେ ବାନ୍ଧି ରଖିଲେ ଗ୍ରାମବାସୀ, ପୋଲିସ କଲା ଗିରଫ

Published By : Prameya-News7 Bureau | October 30, 2019 IST

ବଲାଙ୍ଗିର ୩୦|୧୦: ବିନ୍‌ଦାସ୍‌, ବେଧକ ବଲାଙ୍ଗୀର ସହର ସହ ଆଖ ପାଖ ଗାଁ ଗୁଡିକରେ ଚାଲିଛି ସେକ୍ସ ରାକେଟ। ନା ଅଛି ପୋଲିସକୁ ଖାତିର ନା ଭୟ। ଆଖ ପାଖ ଜିଲ୍ଲା ସହ ରାଜ୍ୟ ବାହାରରୁ ଯୁବତୀଙ୍କୁ ଅଣାଯାଇ କରାଯାଉଛି ଦେହ ବ୍ୟବସାୟ। ତେବେ ଏଭଳି ଏକ ଘଟଣା ଗତକାଲି ବଲାଙ୍ଗୀର ପୁଇଁନ୍ତଳା ଥାନା ଅନ୍ତର୍ଗତ ବୁରୋଭାଡି ଗାଁରେ ଦେଖିବାକୁ ମିଳିଛି।  

{"id":176940}

ଘଟଣା ଲୋକ ଲୋଚନକୁ ଆସିବା ପରେ ସେସ୍କ ରାକେଟର ହୋଇଛି ପର୍ଦାଫାଶ। ତେବେ ଏ ନେଇ ଦିର୍ଘ ୩ ରୁ ୪ ଘଣ୍ଟା ଧରି ୩ ଜଣ ବ୍ୟକ୍ତିଙ୍କ ସହ ଜଣେ ଯୁବତୀଙ୍କୁ ବାନ୍ଧି ଗ୍ରାମବାସୀ ରଖିବା ବେଳେ ପୋଲିସକୁ ମଧ୍ୟ ୩ ଘଣ୍ଟା ଧରି ଛାଡି ନଥିଲେ । ପୋଲିସ ଘଟଣାରେ ତିନି ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିବା ସହ ସହ ମାଷ୍ଟର ମାଇଣ୍ଡକୁ ଖୋଜୁଛି ।

ବିଦ୍ୟୁତ ଖୁଣ୍ଟରେ ବନ୍ଧା ହୋଇଛନ୍ତି ଯୁବତୀ ଓ କିଛି ବ୍ୟକ୍ତି। ପ୍ରବଳ ପାଟିତୁଣ୍ଡ ହେବା ସହ ବନ୍ଧା ଯାଇଥିବା ଜଣେ ଯୁବତୀଙ୍କୁ ଓ ଦୁଇ ଜଣ ଲୋକଙ୍କୁ ଗାଳିଗୁଲଜ କରୁଛନ୍ତି ଲୋକ। ଏ ଦୃଶ୍ୟ ହେଉଛି ଗତ କାଲି ରାତିରେ ପୁଇଁନ୍ତଳା ଥାନା ଅନ୍ତର୍ଗତ ବୁରୋଭାଡି ଗ୍ରାମର। ବୁରୋଭାଡି ଗାଁ ରେ ଦିର୍ଘ ୩ ବର୍ଷ ଧରି ରମାକାନ୍ତ ସୁନା ନାମକ ଜଣେ ବ୍ୟକ୍ତି ତାଙ୍କ ଘରେ ବାହାରୁ ଯୁବତୀଙ୍କୁ ଆଣି ସେକ୍ସ ରାକେଟ ଚଳାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

{"id":176941}

ତେବେ ଗତ କାଲି ମଧ୍ୟ ସମ୍ବଲପୁରରୁ ଜଣେ ଯୁବତୀଙ୍କୁ ଆଣି ଦେହ ବ୍ୟବସାୟରେ ଲଗାଯାଇଥିଲା ।ଗ୍ରାମବାସୀ ଏହି ଖବର ପାଇବାପରେ ସଂପୃକ୍ତ ଘର ଉପରେ ଚଢଉ କରିଥିଲେ ।ଚଢଉବେଳେ ୩ ଜଣ ଗ୍ରାହକଙ୍କ ସହ ଯୁବତୀଙ୍କୁ ଅସଞ୍ଜତ ଅବସ୍ଥାରେ ଗ୍ରାମବାସି ଧରିଥିଲେ। ଧରାପଡିଥିବା ଗ୍ରାହକ ଓ ଯୁବତୀଙ୍କୁ ଗାଁ ଦାଣ୍ଡରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ ଗ୍ରାମବାସୀ । ଏଥିସହ ପୋଲିସକୁ ମଧ୍ୟ ଖବର ଦେଇଥିଲେ।

{"id":176942}

ତେବେ ପୋଲିସ ବିଳମ୍ବରେ ଆସିଥିଲା ।  ପୂର୍ବରୁ ମଧ୍ୟ ପୋଲିସ ଏଘଟଣା ଏଭଳି ଲୋକଙ୍କୁ ଧରିବା ପରେ ଛାଡିଦେଉଥିବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଫଳରେ ପୋଲିସକୁ ମଧ୍ୟ ଅଟକ ରଖିଥିଲେ ଗ୍ରାମବାସୀ। ଦୀର୍ଘ ୩ ଘଣ୍ଟା ଧରି ଗାଁରେ ଉତ୍ତେଜନା ଲାଗିରହିଥିଲା।ସେପଟେ ଘଟଣାର ମାଷ୍ଟରମାଇଣ୍ଡ ବୋଲାଉଥିବା ରମାକାନ୍ତ ସୁନା ଫେରାର ହୋଇଯାଇଥିବା ବେଳେ ତାର ଗିରଫ ଦାବି କରିଛନ୍ତି ଗ୍ରାମବାସୀ।

{"id":176943}

ଦୀର୍ଘ ୩ ରୁ ୪ ଘଣ୍ଟା ପରେ ପୋଲିସକୁ ଗ୍ରାମବାସୀ ଛାଡିଥିବା ବେଳେ ଯୁବତୀଙ୍କ ସହ ତିନି ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି ଥାନାକୁ ନେଇଥିଲା। ତେବେ ଗିରଫ ତିନି ଜଣ ହେଲେ ସୋନପୁର ଜିଲ୍ଲା ତରଭାର ମୁରାରୀ ମିଶ୍ର , ମନୁମୁଣ୍ଡା ବୌଦ୍ଧ ଜିଲ୍ଲାର ଗୋଡପଦ୍ମ ସାଣ୍ଢ  ଓ ତରଭାର ଆଉ ଜଣେ ଓଇସୁର ରେହେମାନ । ତିନି ଜଣଙ୍କୁ ଗିରଫ ପରେ ଆଜି କୋର୍ଟ ଚାଲାଣ କରିଛି ପୁଇଁନ୍ତଳା ଥାନା ପୋଲିସ।

{"id":176944}

ସେପଟେ ତାଙ୍କ ଠାରୁ ତିନୋଟି ମୋବାଇଲ ଫୋନ ସହ ସେକ୍ସ ପାଇଁ ବ୍ୟବହାର କରାଯାଉଥିବା ବିଭିନ୍ନ ମେଡିସିନ  ଜବତ କରିଛି ପୋଲିସ। ଏହି ଘଟଣା ପରେ ବଲାଙ୍ଗୀର ସହର ସହ ଆଖପାଖ ଅଞ୍ଚଳରେ ପୋଲିସ ବ୍ୟାପକ ଟଢଉ ଆରମ୍ଭ କରିଛି । ସେକ୍ସ ରାକେଟର ମାଷ୍ଟର ମାଇଣ୍ଡକୁ ମଧ୍ୟ ଶୀଘ୍ର ଧରାଯିବ ବୋଲି ସମ୍ବାଦିକ ସମ୍ବିଳନିରେ କହିଛନ୍ତି ବଲାଙ୍ଗୀର ସଦର ଏସଡିପିଓ ଶ୍ରୀମନ୍ତ ବାରିକ।  

{"id":176945}

ସେପଟେ ବଲାଙ୍ଗୀର ସହର ଏବେ ସେସ୍କ ରାକେଟ ଚଳାଇଥିବା ଅସାଧୁ ବ୍ୟକ୍ତିଙ୍କ କବଜାରେ ରହିଥିବା ବେଳେ ପୋଲିସ କିଛି ଦୃଢ କାର୍ଯ୍ୟାନୁଷ୍ଠାନ ନ ନେଲେ ସେକ୍ସ ରାକେଟକୁ ମୂଳପୋଛ କରିବା ଲାଗି ସାଧାରଣ ଲୋକ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ବୁଦ୍ଧିଜୀବୀ।

{"id":176947}

ବଲାଙ୍ଗୀର ଜିଲ୍ଲାରେ ଏବେ ବିଭିନ୍ନ ପ୍ରକାର ଅନୈତିକ କାରବାର ବଢିଚାଲିଥିବା ବେଳେ ପୋଲିସ ର କାର୍ଯ୍ୟାନୁଷ୍ଠାନ ମଧ୍ୟ ବଢିଛି। ହେଲେ ସେକ୍ସ ରାକେଟ ଭଳି ଘଟଣାକୁ ପୋଲିସ ଧରିବାରେ ବିଭିନ୍ନ ସମୟରେ ବିଫଳ ହୋଇଛି। ତେବେ ଏହାକୁ ନେଇ କିଛି ସ୍ବତନ୍ତ୍ର ମାଷ୍ଟରପ୍ଲାନ କରାଯିବା ସହ ଧରପଗଡ ଆରମ୍ଭ କଲେ ସେକ୍ସ ରାକେଟର ମାଷ୍ଟର ମାଇଣ୍ଡ ମାନଙ୍କ ସହ କାରବାର କରୁଥିବା ଲୋକଙ୍କୁ ଧରିପାରିବ ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.