ଶପିଙ୍ଗ ମଲରେ ଚାଲୁଥିଲା ସେକ୍ସ ରାକେଟ : ଗ୍ରାହକ ହୋଇ ଖବର ଆଣିଲେ ସାମ୍ବାଦିକ, ୧୧ ଯୁବତୀ ଉଦ୍ଧାର

Published By : Prameya-News7 Bureau | May 21, 2019 IST

ନୂଆଦିଲ୍ଲୀ ୨୧/୫ : ନୂଆଦିଲ୍ଲୀର ସିଟି ସେଣ୍ଟର ମଲରେ ଏକ ସେକ୍ସ ରାକେଟ ଚାଲିଥିଲା । ଏନେଇ ମହିଳା ଆୟୋଗଙ୍କ ନିକଟକୁ ୧୮ ତାରିଖ ଦିନ ଫୋନ ଆସିଥିଲା ଯେ, ରୋହିଣୀ ସ୍ଥିତ ସିଟି ସେଣ୍ଟର ମଲରେ ଦ ଆଟ୍ରେକ୍ସନ ସ୍ପା ସେଣ୍ଟର ନାଁରେ ଏକ ସେକ୍ସ ରାକେଟ ଚାଲିଛି । ଏହି ଫୋନ କଲ ଜଣେ ସାମ୍ବାଦିକ କରିଥିଲେ । ସାମ୍ବାଦିକ ଜଣକ ଜଣେ ଗ୍ରାହକ ହୋଇ ସ୍ପା ସେଣ୍ଟର ଯାଇଥିଲେ ଏବଂ ସେକ୍ସ ରାକେଟ ସମ୍ପର୍କରେ ପତା କରିଥିଲେ । ସାମ୍ବାଦିକଙ୍କ ନିକଟରେ ଅଲଗା ଅଲଗା ଦରର ଯୁବତୀ ପେଶ କରାଯାଇଥିଲା । ସାମ୍ବାଦିକ ସ୍ପା ସେଣ୍ଟର ମାଲିକଙ୍କ ସହ ନିଜର କଥାବାର୍ତ୍ତା ରେକର୍ଡ କରିଥିଲେ ।  

{"id":114525,"width":580,"height":401}

ଫୋନ କଲ ପାଇବା କ୍ଷଣି ଡିସିଡ଼ବ୍ଲୁର ଏକ ଟିମ୍ ତୁରନ୍ତ ସ୍ପା ସେଣ୍ଟରରେ ପହଞ୍ଚିଥିଲେ । ଡିସିଡ଼ବ୍ଲୁର ଟିମ୍ ପୋଲିସକୁ ଫୋନ କରିଥିଲେ । ସ୍ପା ସେଣ୍ଟରରୁ ୧୧ ଜଣ ଯୁବତୀଙ୍କୁ ଆପତ୍ତିଜନକ ଜିନିଷ ସହ ଉଦ୍ଧାର କରିଥିଲା ।

{"id":114526}

ଯୁବତୀଙ୍କୁ ପ୍ରଶାନ୍ତ ବିହାର ପୋଲିସ ଷ୍ଟେସନ ନେଇଯାଇଥିଲା ।  ପୋଲିସ ଯୁବତୀମାନଙ୍କ ବୟାନ ରେକର୍ଡ କରିଥିଲା । ଏହି ମାମଲାରେ ଆଇଟିପିସି ଅଧିନିୟମ ଧାରା ୩,୪,୮ ଅନୁଯାୟୀ ପ୍ରାଥମିକ ମାମଲା ରୁଜ୍ଜୁ କରାଯାଇଛି । ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ ।

{"id":114528}

ଡିସିଡ଼ବ୍ଲୁ ମୁଖ୍ୟ ସ୍ୱାତୀ ମାଲିବାଲ କହିଛନ୍ତି ଯେ, ରାଜଧାନୀରେ ସେକ୍ସ ରାକେଟ ବହୁତ ଦିନ ହେଲା ଚାଲି ଆସୁଥିଲା । ସେକ୍ସ ରାକେଟ ପାଇଁ ସ୍ପା ସେଣ୍ଟର ସୁରକ୍ଷିତ ପ୍ରମାଣିତ ହୋଇଛି । ଏନେଇ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି । ମହିଳା ଆୟୋଗ ଏହି ମାମଲାରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସ୍ପା ସେଣ୍ଟର ବନ୍ଦ କରିବା ପାଇଁ ଚେଷ୍ଟା କରିବ ବୋଲି ସେ କହିଛନ୍ତି ।

{"id":114529,"align":"center","width":571,"height":320}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.