ଜଳେଶ୍ୱରରୁ ସେକ୍ସ ରାକେଟ ଠାବ, ୨ ମହିଳା ସମେତ ହୋଟେଲ ମ୍ୟାନେଜର ଅଟକ

Published By : Prameya-News7 Bureau | September 19, 2020 IST

ଜଳେଶ୍ୱର ୧୯/୦୯ : ଜଳେଶ୍ୱର ସହରରୁ ସେକ୍ସ ରାକେଟ ଠାବ ହୋଇଛି । ଜଳେଶ୍ବର ସହରରେ ଥିବା ସୁବର୍ଣ୍ଣ ରେଖା ହୋଟେଲ ଉପରେ ଜଳେଶ୍ୱର ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉରେ ୨ ମହିଳାଙ୍କ ସହିତ ଜଣେ ପୁରୁଷଙ୍କୁ ଅଟକ କରିଛି । ତେବେ ଦୀର୍ଘ ଦିନ ଧରି ଏହି ହୋଟେଲରେ ଦେହ ବ୍ୟବସାୟ ଚାଲି ଆସୁଥିଲା ବୋଲି ଅଭିଯୋଗ ହୋଇଛି । ଏ ବିଷୟରେ ପୋଲିସ ପାଖରେ ଖବର ଥିଲା ।

{"id":331678,"sizeSlug":"large"}

ଶନିବାର ଦିନ ଜଳେଶ୍ୱର ଆଇଆଇସି ମାନସ ଦେଓଙ୍କ ନିର୍ଦେଶ କ୍ରମେ ଜଳେଶ୍ୱର ପୋଲିସ ଅଚାନକ ହୋଟେଲ ଉପରେ ଚଢ଼ାଉ କରିଥିଲା । ହୋଟେଲରୁ ୨ ମହିଳା ସମେତ ହୋଟେଲ ମ୍ୟାନେଜରକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.