ଝିଅ ଓ ଜ୍ୱାଇଁଙ୍କ ସହ ମିଶି ସେକ୍ସ ରାକେଟ୍ ଚଳାଉଥିଲେ ମହିଳା, ଗ୍ରାହକ ପାଇଁ ହ୍ୱାଟସଆପ ଗ୍ରୁପରେ କରୁଥିଲେ ମାର୍କେଟିଂ

Published By : Prameya-News7 Bureau | June 24, 2019 IST

ଇନ୍ଦୋର:  ସହରର ସମ୍ଭ୍ରାନ୍ତ ଅଞ୍ଚଳରେ ସେକ୍ସ ରାକେଟର ପର୍ଦାଫାସ କରିଛି ସିଟି ପୋଲିସ। ଜନୈକା ୩୭ ବର୍ଷ ବୟସ୍କା ମହିଳା ତାଙ୍କ ଝିଅ ଓ ଜ୍ୱାଇଁଙ୍କ ସହ ମିସି ଏହି ସେକ୍ସ ରାକେଟ୍ ଚଳାଉଥିବା ବେଳେ ମୋବାଇଲ ଫୋନ ହ୍ୱାଟ୍ସ ଆପରେ ଦେହଜୀବିଙ୍କ ଫଟୋ ଅପଲୋଡ କରି ଗ୍ରାହକ ଯୋଗାଡ କରୁଥିବା ପ୍ରାଥମିକ ତଦନ୍ତ ରୁ ଜଣାପଡିଛି।  

{"id":126770,"width":577,"height":609}

ସହରର ପ୍ରାଇମସିଟି କଲୋନୀରେ ମହିଳା ସେକ୍ସ ରାକେଟ୍ ଚଳାଉଥିବା ନେଇ ପୋଲିସକୁ ବାପଟ ସ୍କୋରରେ ଥିବା ସୂଚନା ବାକ୍ସରୁ ପ୍ରଥମେ ଅଭିଯୋଗ ମିଳିଥିଲା। ସେହି ଅନୁସାରେ ହୀରାନଗର ଥାନାକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଘର ନମ୍ବର ୬୪ରେ ସେକ୍ସ ରାକେଟ ଚାଲିଥିବା ନେଇ ଅଭିଯୋଗର ପ୍ରମାଣ ମିଳିଥିଲା। ସେହି ଅନୁସାରେ ପୋଲିସ ଚଢଉ କରିବା ବେଳେ ଘରୁ ୫ ଜଣ  ରୂପଜୀବୀଙ୍କ ସମେତ ୪ ଜଣ ଗ୍ରାହକ ମିଳିଥିଲେ। ପୋଲିସ ସେମାନଙ୍କୁ ଗିରଫ କରିଛି।

{"id":126771,"width":586,"height":530}

ଚଢଉ ବେଳେ ପୋଲିସ ଘରୁ ନଗଦ ୨୪ ହଜାର ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ତଦନ୍ତ ବେଳେ ସେକ୍ସ ରାକେଟ୍ ଚଳାଉଥିବା ମହିଳାଙ୍କ ସମେତ ପୋଲିସ ତାଙ୍କ ଝିଅ ଓ ଜ୍ୱାଇଁଙ୍କୁ ମଧ୍ୟ ଗିରଫ କରିଛି। ମହିଳାଙ୍କ ଜ୍ୱାଇ ହ୍ୱାଟସଆପ ଗ୍ରୁପରେ ଏହି ରାକେଟ ପାଇଁ ଗ୍ରାହକ ଠିକ କରୁଥିଲେ ବୋଲି ପୋଲିସ କହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.