ବିଜୟ ନଗର ୪|୮: ସେକ୍ସ ରାକେଟ ଚଳାଉଥିବା ମହିଳା ଦଲାଲ ସମେତ ୬ ଦେହଜୀବୀ ଏବଂ ଜଣେ ଗ୍ରାହକଙ୍କୁ ପୋଲିସ ଗିରଫ କରିଛି। ଗାଜିଆବାଦର ବିଜୟ ନଗର ପୋଲିସ ପ୍ରତାପ ବିହାରରେ ଚଢାଉ କରି ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି। ସ୍ଥାନୀୟ ଲୋକଙ୍କ ଅନୁସାରେ ଦୀର୍ଘଦିନଧରି ଏଠାରେ ସେକ୍ସ ରାକେଟ ଚାଲିଥିଲା ।
ରିପୋର୍ଟ ଅନୁସାରେ ମହିଳା ଦଲାଲ ଭଡାରେ ନେଇଥିବା ଏକ ଫ୍ଲାଟ୍ରେ ଗୋପନୀୟ ଭାବେ କିଛି ଦେହଜୀବୀଙ୍କ ସହ ମିଶି ଏହି କଳା କାରନାମା କରିଆସୁଥିଲା।ପୋଲିସ ଚଢଉ କରି ଦଲାଲ ଓ ଦେହଜୀବୀଙ୍କୁ ଗିରଫ କରିବାସହ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଜେଲ ପଠାଇଛି।
ପୋଲିସର ସୂଚନା ଅନୁସାରେ ସେକ୍ସ ରାକେଟ ସମ୍ପର୍କରେ ମିଳିଥିବା ଗୁପ୍ତ ସୂଚନା ଆଧାରରେ ପୋଲିସ ଯାଇ ସଂପୃକ୍ତ ଫ୍ଲାଟରେ ପହଞ୍ଚିଥିଲା। ସେଠାରେ ପୋଲିସ ଯାହା ଦେଖିଲା ସେଥିରେ ପୋଲିସର ଗୋଡ ତଳୁ ମାଟି ଖସିଯାଇଥିଲା । ଜଣେ ଗ୍ରାହକଙ୍କୁ ୬ଜଣ ଦେହଜୀବୀ ସନ୍ତୁଷ୍ଟ କରୁଥିବା ପୋଲିସ ନଜରକୁ ଆସିଥିଲା ।
ଘଟଣା ସ୍ଥଳରୁ ୬ ମହିଳାଙ୍କ ସମେତ ଏହି ଗ୍ରାହକଙ୍କୁ ପୋଲିସ ଗିରଫ କରିଥିଲା । ପୋଲିସ ପଚରା ଉଚରା କରିଲା ପରେ ଏହି କାଣ୍ଡରେ ସାମିଲ ଥିବା ସବୁ ମହିଳା ବିଜୟନଗର ଅଂଚଳର ବୋଲି ଜଣା ପଡିଥିଲା।