ଅଡିଓ କଲରେ ସେକ୍ସ କାରବାର: ଅଚାନକ ଆସୁଛି ଫୋନ୍ କଲ, ଦେଉଛନ୍ତି ଅଫର୍, ଯୁବତୀଙ୍କ କଥା ଟିକେ ଶୁଣନ୍ତୁ...‌

Published By : Prameya-News7 Bureau | September 25, 2020 IST

ଭୁବନେଶ୍ୱର୨୫/୯: ଅଡିଓ କଲରେ ଚାଲିଛି ସେକ୍ସ କାରବାର। ଅନଲାଇନ୍ ଯୁଗରେ ସେକ୍ସ କାରବାର କରିବାର ନୂଆ ପନ୍ଥା ଆପଣାଇଛନ୍ତି ସେକ୍ସ ରାକେଟର ମାଷ୍ଟରମାଇଣ୍ଡ। ଅନଲାଇନ୍‌ରେ ସେକ୍ସ କାରବାର ଲାଗି ନୂଆ ନୂଆ ସାଇଟ୍‌ ତିଆରି କରୁଛନ୍ତି। ସେହି ସାଇଟ୍‌ରେ ନମ୍ବର ମଧ୍ୟ ଉଲ୍ଲେଖ ରହୁଛି। ଏମିତି ଅଚାନକ ଫୋନ୍ କଲ ଆସୁଛି, ଅଡିଓ ସେକ୍ସ କଲ କରିବେ କି ନାହିଁ ଅଫର କରୁଛନ୍ତି। ଅଡିଓ କଲରେ ସେକ୍ସ ଅର୍ଥାତ ଦେହଜୀବୀମାନେ ଅଡିଓ କଲରେ ଅଶ୍ଲୀଳ ଭାଷାରେ କଥା ହେବେ, ନଚେତ୍ ଭିଡିଓ କଲିଂ ମାଧ୍ୟମରେ ଅଶ୍ଲୀଳ ଫଟୋ ଦେଖାଇବେ। ସେଥିପାଇଁ ଗ୍ରାହକମାନଙ୍କୁ ଫୋନ୍ ପେ କିମ୍ବା ଗୁଗଲ୍ ପେ ରେ ପ୍ରଥମେ ପେମେଣ୍ଟ କରିବାକୁ ପଡିବ। ଭୁବନେଶ୍ବରରେ ମଧ୍ୟ ଏହି ଅଡିଓ ସେକ୍ସ ରାକେଟ୍ କାରବାର ଚାଲିଥିବା ଯୁବତୀ ଜଣଙ୍କ କହୁଛନ୍ତି। 7384540564 ଏହି ନମ୍ବରରେ ଇନ୍‌କମିଂ କଲ୍ ଆସୁଛି। ସେମିତି ଏକ ଭାଇରାଲ ଅଡିଓ କଲ ଆମ ହାତରେ ଲାଗିଛି, ଟିକେ ଭଲ କରି ଶୁଣନ୍ତୁ...

wp:html /wp:html

ଯୁବକଙ୍କ ଫୋନ୍‌ ନମ୍ୱର ସଂଗ୍ରହ କରି  ଏହି ଡେଟିଂ ସାଇଟ୍‌ର ଯୁବତୀ କରୁଛନ୍ତି ଫୋନ୍‌ ।  ଆଉ କହୁଛନ୍ତି  ଏହା ଫିମେଲ ସେକ୍ସ ସାଇଟ୍।  ଆପଣ ଯୁବତୀଙ୍କ ସହ ସେକ୍ସ ରଖିବାକୁ ଖୁଲମଖୁଲା ବୁଝାଇ କହୁଛନ୍ତି । ସଂପର୍କ ରଖିବାକୁ  ଚାହୁଁଛନ୍ତି କି ପଚାରୁଛନ୍ତି । ଆପଣ ସେମାନଙ୍କ ସହ ଯୋଡ଼ି ହେବା  ପରେ  ଯାହା ଖୁସି ଚାହିଁବେ ସେମାନେ ଦେବେ । ଏମିତି କରୁଛନ୍ତି ଡିଲ୍‌ । ଇଚ୍ଛୁକ  ବ୍ୟକ୍ତିଙ୍କୁ ରେଜିଷ୍ଟ୍ରସନ କରିବାକୁ କରୁଛନ୍ତି କଲ୍‌ କରୁଥିବା ଯୁବତୀ । ଏଥିପାଇଁ ଚାର୍ଜ ଲାଗୁଛି ୨ହଜାରରୁ ୩ହଜାର ଟଙ୍କା । ଆଉ ରେଜିଷ୍ଟ୍ରେସନ ପାଇଁ ଡେଟିଂ ସାଇଟ୍‌ର ଆଡ୍ରେସ ବି ଦେଉଛନ୍ତି ।  ଏହି nightangelfriendship.com ସାଇଟ୍‌କୁ ଚେକ୍‌ କରି କଲ୍‌ବ୍ୟାକ୍‌ କରିବାକୁ କହୁଛନ୍ତି ।

ବି.ଦ୍ର: ଏଣୁ ଆପଣ ସାବଧାନ ରୁହନ୍ତୁ । ଏମିତି କଲ୍‌ ଆସିଲେ ଦୂରେଇ  ରୁହନ୍ତୁ । କାରଣ ଆପଣ ଅସୁବିଧାରେ ପଡ଼ିପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.