ରାଜଧାନୀରେ ପୁଣି ସେକ୍ସ ରାକେଟର ପର୍ଦ୍ଦାଫାଶ: ଭୟରେ 'ସ୍ପା' ସେଣ୍ଟର ମାଲିକ ସମେତ ଯୁବତୀମାନେ ଦୌଡିଲେ, ନେତାଙ୍କୁ ଟାର୍ଗେଟ କଲେ ସ୍ବାତୀ, ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର

Published By : Prameya-News7 Bureau | September 07, 2019 IST

ନୂଆଦିଲ୍ଲୀ୭|୯: ରାଜଧାନୀ​‌ର ବିଭିନ୍ନ ସ୍ଥାନରେ ସେକ୍ସ ରାକେଟ କାରବାର ଚାଲିଛି। ସ୍ପା ସେଣ୍ଟର ନାଁରେ ଦେହ ବ୍ୟବସାୟ କାରବାର ଚାଲିଛି। ଦିନ ଦିପହରେ ପୋଲିସ ଆଖିରେ ଧୂଳି ଦେଇ ବେଧଡ଼କ ଭାବେ ଚାଲିଛି ଦେହ ବ୍ୟବସାୟ। ଦିଲ୍ଲୀର ମହିଳା ଆୟୋଗର ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ କିଛି ଦିନ ଭିତରେ ବହୁ ସେକ୍ସ ରାକେଟର ପର୍ଦ୍ଦାଫାଶ କରିଛନ୍ତି। ରାଜୋରୀ ଗାର୍ଡେନା ନିକଟରେ ଥିବା ସ୍ପା ସେଣ୍ଟରରେ ମହିଳା ଆୟୋଗର ଏକ ଟିମ ନେଇ ସ୍ବାତୀ ପହଞ୍ଚିଥିଲେ। ସ୍ପା ସେଣ୍ଟର ବନ୍ଦକରି ମାଲିକ, ଗ୍ରାହକ ଓ ଯୁବତୀମାନେ ଦୌଡି ପଳାଇଥିଲେ।

ସୂଚନାଯୋଗ୍ୟ ଯେ, ଲଗାତାର ଭାବେ ସ୍ପା ସେଣ୍ଟର ଉପରେ ଚଢ଼ାଉକରି ସେକ୍ସ ରାକେଟର ପର୍ଦ୍ଦାଫାଶ କରିବାରେ ସ୍ବାତୀ ସଫଳ ହୋଇଛନ୍ତି। ରାଜୋରି ଗାର୍ଡେନ ନିକଟରେ ଥିବା ସ୍ପା ସେଣ୍ଟରେ ସେକ୍ସ କାରବାର ଚାଲୁଥିବା ନେଇ ସ୍ବାତୀଙ୍କୁ ଖବର ମିଳିଥିଲା। ଏକ ଟିମ ନେଇ ସ୍ବାତୀ ସ୍ପା ସେଣ୍ଟର ଉପରେ ଚଢ଼ାଉ କରିଥିଲେ।

 ସୂଚନାଯୋଗ୍ୟ ଯେ, ସ୍ପା ସେଣ୍ଟରେ ଚଢ଼ାଉ କରିବା ସମୟରେ ସ୍ପା ସେଣ୍ଟର ମ୍ୟାନେଜର ଓ ସେଠାରେ କାମ କରୁଥିବା ଯୁବତୀମାନେ କୁଆଡେ ଫେରାର ହୋଇ ଯାଇଥିଲେ। ବାହାରେ ତାଲା ପଡିଥିଲା ହେଲେ ଭିତରେ ଏସି ଚାଲୁଥିଲା ବୋଲି ସ୍ବାତୀ କହିଛନ୍ତି। ସ୍ବାତୀ କହିଛନ୍ତି ଯେ, ସ୍ପା ସେଣ୍ଟରେ ଚଢ଼ାଉ ହେବା କଥା ସ୍ପା ସେଣ୍ଟର ମାଲିକ ଜାଣି ପାରିଥିଲେ ସେଥିଲାଗି ଗ୍ରାହକମାନଙ୍କୁ ଆସିବା ପାଇଁ ମନା କରି ଦେଇଥିଲେ। ବିନା ଲାଇସେନ୍ସ ବହୁ ସ୍ପା ସେଣ୍ଟର ଚାଲିଛି ସେଠାରେ ସେକ୍ସ କାରବାର ଚାଲୁଛି ବୋଲି ସ୍ବାତୀ କହିଛନ୍ତି।

 ନଓ୍ବାଦର ମେଟ୍ରୋ ପିଲର ୭୬୨ ନମ୍ବର ନିକଟରେ ଜନ୍ନତ ସ୍ପା ସେଣ୍ଟରେ ଚଢ଼ାଉ କରି ୯ ଜଣ ଯୁବତୀଙ୍କୁ ଗିରଫ କରାଯାଇଥିଲା। ଏହି ସ୍ପା ସେଣ୍ଟଗୁଡିକରେ ସେକ୍ସ କାରବାର ଚାଲୁଛି ହେ​‌ଲେ ପୋଲିସ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ  ନାହିଁ ବୋଲି ସ୍ବାତୀ ପ୍ରଶ୍ନ କରିଥିଲେ। ନେତା ଓ ମନ୍ତ୍ରୀଙ୍କ ଇଶାରାରେ ସ୍ପା ସେଣ୍ଟର ଗୁଡିକ ଚାଲୁଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉ ନାହିଁ ବୋଲି ସ୍ବାତୀ ମାଲିଓ୍ବାଲା କହିଥିଲେ। ଦିଲ୍ଲୀର ଅଧିକାଂଶ ସ୍ପା ସେଣ୍ଟରରେ ସେକ୍ସ କାରବାର ଚାଲଛି ବୋଲି ସ୍ବାତୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.