ଅଦ୍ଭୁତ ବିଶ୍ବାସ: ପରିବାରରେ ଶାନ୍ତି ପାଇଁ ପର ପୁରୁଷ ସହ ୭ଥର ଯୈାନ ସମ୍ପର୍କ ସ୍ଥାପନ କରିବା ପରଂପରା ରହିଛି ଏଠି

Published By : Prameya-News7 Bureau | October 25, 2018 IST

ବିବାହ ପରେ ପର ପୁରୁଷ ବିଷୟରେ ଭାବିବା ମଧ୍ୟ ପାପ ହୋଇଥାଏ। କିନ୍ତୁ ଦୁନିଆରେ ଏପରି ଏକ ଜାଗା ରହିଛି ଯେଉଁଠାରେ ପର ପୁରୁଷ ସହ ସମ୍ପର୍କ ସ୍ଥାପନ କରିଲେ ପାପ ହୋଇନଥାଏ। ବରଂ ଏହା କରିବାଦ୍ବାରା ଦେବତାମାନଙ୍କଠାରୁ ଆର୍ଶୀର୍ବାଦ ମିଳିଥାଏ ବୋଲି ବିଶ୍ବାସ ରହିଛି। ଶୁଣିବାକୁ ଏହା ଅଡ଼ୁଆ ଲାଗୁଥାଇପାରେ, କିନ୍ତୁ ଏହା ହିଁ ସତ୍ୟ। ଆସନ୍ତୁ ଜାଣିବା କେଉଁଠାରେ ଏହି ସ୍ଥାନ ଏବଂ କ’ଣ ପାଇଁ ଏହି ବିଶ୍ବାସ ଓ ପରଂପରା ସୃଷ୍ଟି ହୋଇଛି। ଇଣ୍ଡୋନେସିଆର ଏକ ଛୋଟଆ ଗାଁ ସୋଲୋ । ଏଠାରେ ଏହି ଅଦ୍ଭୁତ ପରମ୍ପରା ରହିଛି। ଏଠାରେ ପ୍ରତି ବର୍ଷ କେମୁକସ୍ ପର୍ବତରେ ପୋନ୍ ଫେଷ୍ଟିଭାଲର ଆୟୋଜନ ହୋଇଥାଏ। ଏଠାରେ ଲୋକମାନେ ପୈଙ୍ଗରେନ ସମୋଦ୍ରୋ ଏବଂ ଓନ୍ତ୍ରୋବୁଲାନଙ୍କ ସମାଧୀରେ ଫୁଲ ଚଢ଼ାନ୍ତି ଏବଂ ଏଠାରେ ଥିବା କୁଣ୍ଡରେ ଗାଧୋଇଥାନ୍ତି। ଏହା ପରେ ଅଜଣା ପୁରୁଷ-ମହିଳା ଶାରିରୀକ ସମ୍ପର୍କ ସ୍ଥାପନ କରନ୍ତି। ବିଶ୍ବାସ ରହିଛି ଯେ ଏଠାରେ ଅଜଣା ମହିଳା ଏବଂ ପୁରୁଷ ଆସି ସମ୍ପର୍କ ସ୍ଥାପନ କଲେ ପରିବାରରେ ସୁଖ ଶାନ୍ତି ବଜାୟ ରହିଥାଏ। କେବଳ ଏତିକି ନୁହେଁ , ଯେଉଁ ମହିଳା ଓ ପୁରୁଷମାନେ ପ୍ରଥମ ଥର ସମ୍ପର୍କ ସ୍ଥାପନ କରିଥାନ୍ତି ସେମାନଙ୍କୁ ପ୍ରତି ୩୫ଦିନରେ ଆସି ପୁଣି ସମ୍ପର୍କ ସ୍ଥାପନ କରିବାକୁ ପଡ଼ିଥାଏ ଏବଂ ଏହା ବର୍ଷରେ ୭ଥର କରିବାକୁ ପଡ଼ିଥାଏ। ଏହି ପରମ୍ପରା ପଛରେ ଜଣେ ମା ପୁଅଙ୍କ କାହାଣୀ ରହିଛି। କୁହାଯାଏ ଯେ ଷୋଡ଼ଶ ଶତାବ୍ଦୀରେ ପୈଙ୍ଗରାନ ସମୋଦ୍ରୋ ନାମରେ ଜଣେ ରାଜା ଥିଲେ। ସେ ନିଜ ସବତ ମା ନାୟୀ ଓନ୍ତ୍ରୋବୁଲାନ୍ ସହ ଯୌନସମ୍ପର୍କ ସ୍ଥାପନ କରୁଥିବାବେଳେ ସେମାନଙ୍କୁ ହତ୍ୟା କରାଯାଇଥିଲା। ଏଥିପାଇଁ ଦୁଇଜଣଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ଏଠାରେ ଲୋକମାନେ ଯୈାନ ସମ୍ପର୍କ ସ୍ଥାପନ କରନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପୈଙ୍ଗରାନ ଓ ନାୟୀ ଯାହା ବଞ୍ଚିଥିବାବେଳେ କରିପାରିଲେ ନାହିଁ ଅନ୍ୟମାନେ କରୁଥିବାରୁ ସେମାନଙ୍କୁ ପୈଙ୍ଗରାନ ଏବଂ ନାୟୀଙ୍କର ଆର୍ଶୀବାଦ ମିଳିଥାଏ ଏବଂ ସେମାନଙ୍କ ଘରେ ସୁଖ ଏବଂ ସୈାହାର୍ଦ୍ଦ୍ୟ ପ୍ରତିଷ୍ଠା ହୋଇଥାଏ। ନାୟୀ ଓ ପୈଙ୍ଗରାନ ସାବତ ହେଲେ ମଧ୍ୟ ମା ପୁଅ ଥିଲେ। କିନ୍ତୁ ସେମାନେ ଶାରିରୀକ ସମ୍ପର୍କ ରକ୍ଷାକରି ପାପ କରିଥିଲେ। ଏଥି ପାଇଁ ଏଠାକୁ ଆସି ଯେଉଁମାନେ ପାପ କରିଥାନ୍ତି ଏମାନଙ୍କ ଉପରେ ପ୍ରସନ୍ନ ହୋଇ ନାୟୀ ଏବଂ ପୈଙ୍ଗରାନ ଆର୍ଶୀବାଦ ଦେଇଥାନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.