Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

‘ତମ ବାପାଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର ଦେବି ତା ବଦଳରେ ତମକୁ ମୋ ବେଡ୍‌ରୁମକୁ ଆସିବାକୁ ହେବ’: ଦିଲ୍ଲୀର ଏକ ସମ୍ଭ୍ରାନ୍ତ କଲୋନିରେ ଘଟିଥିବା ଘଟଣା ନେଇ ଟ୍ବିଟରରେ ଜଣେ ୟୁଜରଙ୍କ ସାଙ୍ଘାତିକ ସୂଚନା

13/05/2021 at 5:22 PM

ନୂଆଦିଲ୍ଲୀ ୧୩/୫: କରୋନାର ଦ୍ବିତୀୟ ଲହର ପୂରା ଦେଶକୁ ଅଣନିଶ୍ବାସୀ କରିପକାଇଛି। ଚାରିଆଡ଼େ ହାହା କାର। ଲୋକେ ଅକ୍ସିଜେନ ପାଇଁ ଡହଳ ବିକଳ ହେଉଛନ୍ତି। ଅକ୍ସିଜେନ୍‌ ସିଲିଣ୍ଡର ପାଇଁ ଲୋକେ ଘଣ୍ଟା ଘଣ୍ଟା ଲାଇନ୍‌ ଲଗାଉଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ସ୍ଥିତି ଜଟିଳ ହୋଇପଡ଼ିଛି। ଅକ୍ସିଜେନ୍‌ ବିନା କରୋନା ସଂକ୍ରମିତ ପ୍ରାଣ ହରାଉଛନ୍ତି। ଠିକ୍‌ ଏହାର ସୁଯୋଗ ନେଇ କିଛି ଲୋକ ମାନବିକତା ଭୁଲି ପଶୁ ପାଲଟିଯାଇଛନ୍ତି। ମହାମାରୀ ସମୟରେ କିଛି ଅସାଧୁ ବ୍ୟକ୍ତି ସରଳତାର ସୁଯୋଗ ଉଠାଉଥିବା ମଧ୍ୟ ଅଭିଯୋଗ ହୋଇଛି।

ଜଣେ ଟ୍ବିଟ୍‌ର ୟୁଜରଙ୍କ ଅଭିଯୋଗ ସାମ୍ନାକୁ ଆସିବା ପରେ ଦେଶରେ ଆଲୋଡନ ସୃଷ୍ଟି ହୋଇଛି। ବାପାଙ୍କୁ ଅକ୍ସିଜେନ୍‌ ଦେବାକୁ ଜଣେ ଛୋଟ ଝିଅ ଅକ୍ସିଜେନ୍‌ ସିଲିଣ୍ଡର ପାଇଁ କାକୁତି ମିନତି ହେଉଥିବା ବେଳେ ତାଙ୍କୁ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଛି। ଧନୀ ବ୍ୟକ୍ତିଙ୍କ କୁତ୍ସିତ ମାନସିକତା। ଗରିବ ଝିଅଟିର ସରଳତାର ଫାଇଦା ଉଠାଇବାକୁ ବି ପଛାଉନାହାନ୍ତି। ଅକ୍ସିଜେନ୍‌ ସିଲିଣ୍ଡର ବଦଳରେ ସେକ୍ସ କରିବାକୁ ବାଧ୍ୟ କରାଯାଉଥିବା ନେଇ ଘଟଣାକୁ ଟ୍ବିଟର ୟୁଜର ଟ୍ବିଟ୍‌ ମାଧ୍ୟମରେ ଜଣାଇଛନ୍ତି।

ସେ ଲେଖିଛନ୍ତି, ‘ମୋ ବନ୍ଧୁଙ୍କ ଭଉଣୀଙ୍କୁ ଏକ ସଂଭ୍ରାନ୍ତ କଲୋନିର ଜଣେ ପଡ଼ୋଶୀ ଅକ୍ସିଜେନ ସିଲିଣ୍ଡର ବଦଳରେ ଶାରୀରିକ ସମ୍ପର୍କ ରଖିବାକୁ କହୁଛନ୍ତି। ଅକ୍ସିଜେନ୍‌ ସିଲିଣ୍ଡର ତାଙ୍କ ପିତାଙ୍କ ପାଇଁ ନିହାତି ଜରୁରୀ। ଏନେଇ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ।’ ଏହି ଟ୍ବିଟ୍‌ ପରେ ଅନ୍ୟ ୟୁଜର ମଧ୍ୟ ଏହା ଉପରେ ନିଜ ନିଜର ମତ ରଖିଛନ୍ତି।

କେହି କେହି ଦୋଷୀର ନାଁ ପରିପ୍ରକାଶ କରିବା ସହ ତାକୁ ଅପମାନ ମିଳିବା ଦରକାର ବୋଲି କହୁଥିବା ବେଳେ ଆଉ କେହି ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି।  ଅଧିକାରୀଙ୍କ ପାଖକୁ ମାମଲା ଗଲେ, ‘ସିଏ କହିଲା, ଇଏ କହିଲା’ ସ୍ଥିତି ଉପୁଜିବ କିନ୍ତୁ ନ୍ୟାୟ ମିଳିପାରିବ ନାହିଁ ବୋଲି ୟୁଜର ଲେଖିଛନ୍ତି। ତେବେ କରୋନା ପରିସ୍ଥିତିରେ ମଧ୍ୟ ଲୋକଙ୍କ ଏଭଳି ମାନସିକତା ଦେଶରେ ଆଉ ଏକ ମହାମାରୀ ବୋଲି ସାଧାରଣରେ ପ୍ରକାଶ ପାଇଛି।

   Related Posts