ପ୍ରଥମେ ପ୍ରେମ ତା' ପରେ ଦୈହିକ ସମ୍ପର୍କ: ବିବାହ ପ୍ରଲୋଭନର ଶିକାର ହେଲେ ୧୯ ବର୍ଷୀୟ ଯୁବତୀ, ପ୍ରେମିକକୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | April 08, 2021 IST

ଲକ୍ଷ୍ମୀପୁର ୦୮।୦୪: ପ୍ରଥମେ ପ୍ରେମ ପରେ ଦୈହିକ ସମ୍ପର୍କ ଓ ତାପରେ ଧୋକା, ଏଭଳି ଏକ ବିଶ୍ଵାସଘାତକ ପ୍ରେମିକର ଶିକାର ହୋଇଛନ୍ତି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଚମ୍ପି ପଞ୍ଚାୟତ ସଦରର ଜଣେ ୧୯ ବର୍ଷିୟା ଯୁବତୀ। ଖାଲି ସେତିକି ନୁହେଁ ଧୋକାବାଜ ପ୍ରେମିକ ବିବାହିତ ଓ ତାର ୨ବର୍ଷର ଗୋଟିଏ ଝିଅଟି ମଧ୍ୟ ଥିବା ପୋଲିସ ସୁତ୍ରରୁ ଜଣାପଡିଛି। ଅଭିଯୁକ୍ତ ପ୍ରେମିକର ନାଁ ନାମ ଚିଙ୍ଗୁଡୁ ମୁଦୁଲି,ବୟସ ୨୨ ଓ ଘର ଝଲାଗୁଡା ବୋଲି ଜଣାପଡିଛି।

ଚମ୍ପି ଗ୍ରାମର ଜଣେ ୧୯ ବର୍ଷିୟା ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଝଲାଗୁଡା ଗ୍ରାମର ଚିଙ୍ଗୁଡୁ ମୁଦୁଲି ଆଠ ମାସ ଧରି ଦୈହିକ ସମ୍ପର୍କ ରଖି ଆସୁଥିଲେ। ପରେ ଯୁବତୀ ଜଣକ ଆଠ ମାସ ଗର୍ଭବତୀ ଥିବା ଜାଣି ପାରି ଚିଙ୍ଗୁଡୁ ବିବାହ ହେବାକୁ ମନା କରିଦେଇଥିଲା। ଏନେଇ ମିଛ ପ୍ରତିଶ୍ରୁତିର ଶିକାର ହୋଇଥିବା ଯୁବତୀ ଜଣକ ଲକ୍ଷ୍ମୀପୁର ଥାନାର ଦ୍ଵାରସ୍ତ ହୋଇ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗକୁ ଭିତ୍ତିକରି ପୋଲିସ୍ କେସ ନମ୍ବର ୪୯/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ବର୍ତମାନ ଦୁଇଜଣଙ୍କର ଡାକ୍ତରି ମାଇନା କରା ଯାଇଇଥିବା ବେଳେ ଆଜି ଚିଙ୍ଗୁଡୁକୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଗୌରହରି ସାହୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.