Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ପାକିସ୍ତାନରେ ହେଉଛି ସ୍ୱିରେଜ ମେନ୍ ହୋଲର ଉଦଘାଟନ, ଭାଇରାଲ ଫଟୋର ମଜା ନେଉଛନ୍ତି ଲୋକେ

12/04/2021 at 5:26 PM

ଡେରା ଗାଜି ଖାନ୍‌: ପାକିସ୍ତାନରେ ଆଜିକାଲି ମନ୍ତ୍ରୀ ଓ ରାଜନେତାଙ୍କ ଦିନ ସବୁ ଖାଲିରେ କଟୁଛି। ଆର୍ଥିକ ସଂକଟ ସାଙ୍ଗକୁ କରୋନା ଭାଇରସ ମହାମାରୀ ସମସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଯାଇଛି। ଏଣୁ ଘରେ ଖାଲି ବସି ସମୟ କାଟିବା ଅପେକ୍ଷା ଲୋକଙ୍କ ଛୋଟମୋଟ କାର୍ଯ୍ୟକ୍ରମରେ ଯୋଗଦେବାକୁ ବଡବଡ ନେତା ଏବେ କୁଣ୍ଠା କରୁ ନାହାନ୍ତି। ଏହି କ୍ରମରେ ଏକ ଫଟୋ ଏବେ ପାକ୍‌ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ଯେଉଁଥିରେ ଜନୈକ ମନ୍ତ୍ରୀଙ୍କ ପରାମର୍ଶଦାତା ଏକ ସ୍ୱିରେଜ ମେନହୋଲକୁ ଉଦଘାଟନ କରୁଥିବା ଦେଖା ଯାଉଛି।

କାର୍ଯ୍ୟକ୍ରମରେ ପଞ୍ଜବ ପ୍ରୋଭିନ୍ସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ଫଟୋକକୁ ସାମ୍ବାଦିକ ନାୟଲା ଇନାୟତ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସେୟାର କରିବା ପରେ ଏହା ଭାଇରାଲ ହେଉଛି। ୟୁଜରମାନେ ଉଦଘାଟନ କରୁଥିବା ମନ୍ତ୍ରୀଙ୍କୁ ‘ଗଟର ମିନିଷ୍ଟର ଅଫ ପାକିସ୍ତାନ’ ପଦବୀ ଦେଇସାରିଲେଣି। ତେବେ କେତେକ ଏହି ଫଟୋର ସତ୍ୟତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଉଛନ୍ତି। ତେବେ ଜଣେ ୟୁଜର ଏଠାରେ କୌଣସି ମନ୍ତ୍ରୀ ନଥିବାର ଦାବି କରିଛନ୍ତି। ମନ୍ତ୍ରୀ ଥିଲେ ନିଶ୍ଚିତ ଲାଲ ଫିତା କଟାହୋଇଥାନ୍ତା ବୋଲି ପରିହାସ କରିଛନ୍ତି।

କୁହାଯାଉଛି ଏହି ଫଟୋଟି ପଞ୍ଜାବ ପ୍ରୋଭିନ୍ସ ଡେରାଗାଜୀର। ସେଠାରେ ନବ ନିର୍ମିତ ସ୍ୱିରେଜ ଚାଲୁ ଅବସରରେ ଏହାକୁ ଉଦଘାଟନ କରାଯାଉଛି। ପ୍ରୋଭିନ୍ସର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ୟସ୍ମିନ୍‌ ରସିଦଙ୍କ ପରାମର୍ଶଦାତା କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି। ଏଣୁ ସାର୍ବଜନିକ କାର୍ଯ୍ୟକ୍ରମର ଏହି ଫଟୋଟି ଏବେ ଭାଇରାଲ ହେବାରେ ଲାଗିଛି।

   Related Posts