ସୁବର୍ଣ୍ଣପୁର ଜିଲ୍ଲା ମେଟାକାନୀ ରାସ୍ତାରେ ଭୟଙ୍କର ସଡ଼କ ଦୁର୍ଘଟଣା…
21/02/2020 at 10:29 PM

ସୁବର୍ଣ୍ଣପୁର୨୧/୨: ସୁବର୍ଣ୍ଣପୁର ଜିଲ୍ଲା ମେଟାକାନୀ ରାସ୍ତାରେ ଭୟଙ୍କର ସଡ଼କ ଦୁର୍ଘଟଣା । ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ସୁବର୍ଣ୍ଣପୁର-ସମ୍ବଲପୁର ରାଜ୍ୟ ରାଜପଥର ମେଟାକାନୀ ଛକରେ ଏକ ଟ୍ରକ୍ ଓ ପିକଅପ୍ ମୁହାଁମୁହିଁ ଧକକା ହେବା ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଉଲୁଣ୍ଡା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତାହତଙ୍କୁ ଉଦ୍ଧାର କରିଛି । ଗୁରୁତର ଆହତମାନଙ୍କୁ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
Related Posts
ବିକ୍ରି ହୋଇଥିବା ୪ମାସର ଶିଶୁ ପୁତ୍ର ଉଦ୍ଧାର, ମା’ଙ୍କୁ ହସ୍ତାନ୍ତର
18 January 2021
ବେଆଇନ ବନ୍ଧୁକ ରଖିବା ମାମଲା : ପୁଣି କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ
18 January 2021