ଭୋକର ବିକଟାଳ ଚିତ୍ର: କଙ୍କାଳ ପାଲଟିଗଲା ଶରୀର, ୭ବର୍ଷ ଶିଶୁର ଓଜନ ମାତ୍ର ୭କିଲୋ

Published By : Prameya-News7 Bureau | January 05, 2021 IST

ନୂଆଦିଲ୍ଲୀ ୦୫/୦୧ : ଭୋକରେ ରହି କଙ୍କାଳ ସଦୃଶ୍ୟ ହୋଇଯାଇଥିବା ଏକ ୭ବର୍ଷର ଶିଶୁର ଭୟାବହ ଫଟୋ ସାମ୍ନାକୁ ଆସିଛି। ୟେମେନରେ ରହୁଥିବା ଏହି ଶିଶୁ ହେଲା ଫୈୟଦ ସମିମ। ପାରାଲିସିସା ଓ ଅପପୃଷ୍ଟିର ଶିକାର ସମିମର ଓଜନ ମାତ୍ର ୭ କିଲୋ। ରାଇଟର୍ସ ସୂଚନା ଅନୁଯାୟୀ, ଅପପୃଷ୍ଟି ଯୋଗୁଁ ସମିମର ଅବସ୍ଥା ବହୁତ ଖରାପ ହୋଇଯାଇଥିଲା। ବହୁ କଷ୍ଟରେ ତାଙ୍କ ଜୀବନ ବଞ୍ଚିଛି। ତାଙ୍କୁ ବର୍ତ୍ତମାନ ୟେମେନ ରାଜଧାନୀ ସନାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

{"id":387420,"sizeSlug":"large","linkDestination":"none"}

ଅଲ ଶବିନ ହସ୍ପିଟାଲର ଅପପୃଷ୍ଟି ୱାର୍ଡର ସୁପରଭାଇଜର ଡାକ୍ତର ରାଗେହ ମହମ୍ମଦ କହିଛନ୍ତି ଯେ ଯେତେବେଳେ ସମିମକୁ ହସ୍ପିଟାଲକୁ ଅଣାଯାଇଥିଲା ସେତେବେଳେ ସ୍ଥିତି ଅତ୍ୟନ୍ତ ଖରାପ ଥିଲା। ତାକୁ ବଞ୍ଚାଇବା ମୁସକିଲ ହୋଇପଡ଼ିଥିଲା। କିନ୍ତୁ ଭଗବାନଙ୍କ ଆଶୀର୍ବାଦରୁ ଡାକ୍ତର ସଠିକ ପଦକ୍ଷେପ ନେଇ ଚିକିତ୍ସା କରି ସମିମର ଜୀବନ ବଞ୍ଚାଇଛନ୍ତି। ବର୍ତ୍ତମାନ ସମିମର ସ୍ୱାସ୍ଥ୍ୟବସ୍ଥାରେ ପୂର୍ବରୁ ସାମାନ୍ୟ ସୁଧାର ଆସିଛି। ଡାକ୍ତର କହିଛନ୍ତି ଯେ ସମିମ ଗମ୍ଭୀର ଅପପୃଷ୍ଟି ଏବଂ ସେରବ୍ରଲ ପ୍ଲାଜିର ଶିକାର। ଡାକ୍ତର କହିଛନ୍ତି ଯେ ଦେଶରେ ଅପପୃଷ୍ଟିର ଶିକାର ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସମିମକୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପରିବାରକୁ ବିଭିନ୍ନ ଅଂକାବଂକା ରାସ୍ତା ଓ ଚେକପାଇଁତ ପାରି କରି ୧୭୦ କିମି ଯାତ୍ରା କରିବାକୁ ପଡିଥିଲା।

{"id":387419,"sizeSlug":"large","linkDestination":"none"}

ସମିମର ଚିକିତ୍ସା ପାଇଁ ପରିବାର ପାଖେ ଅର୍ଥ ନଥିଲା। ଚିକିତ୍ସା ପାଇଁ ପରିବାର ଅନ୍ୟ ଉପରେ ନିର୍ଭରଶୀଳ। ସଂଯୁକ୍ତ ରାଷ୍ଟ୍ର କହିବାନୁଯାୟୀ, ୟେମେନ ଦୁନିଆର ସବୁଠାରୁ ବଡ ମାନବୀୟ ସଙ୍କଟର ସାମ୍ନା କରୁଛି। ୟେମେନରେ ଅଫିସିଆଲି ମରୁଡି ଘୋଷଣା ହୋଇନାହିଁ। କିନ୍ତୁ ୬ ବର୍ଷର ଯୁଦ୍ଧ ପରେ ଦେଶର ୮୦ ପ୍ରତିଶତ ଜନତା ସାହାଯ୍ୟ ଭରସାରେ ବଞ୍ଚିଛନ୍ତି।

{"id":387422,"sizeSlug":"large","linkDestination":"none"}

ସଂଯୁକ୍ତ ରାଷ୍ଟ୍ର ସାହାଯ୍ୟରେ ୨୦୧୮ ଶେଷ ଆଡକୁ ରିଲିଫ କାର୍ଯ୍ୟ ଜୋରସୋରରେ ଚାଲିଥିଲା। କିନ୍ତୁ ପୁଣି କରୋନା କଟକଣା ଯୋଗୁଁ ବାଧା ସୃଷ୍ଟି ହୋଇଥିଲା। ବନ୍ୟା ଯୋଗୁଁ ମଧ୍ୟ ୟେମେନର ସ୍ଥିତି ସଙ୍କଟାପନ୍ନ ହୋଇଯାଇଥିଲା।

{"id":387423,"sizeSlug":"large","linkDestination":"none"}

୨୦୧୫ ମସିହାରୁ ୟେମେନ ଯୁଦ୍ଧର ସାମ୍ନା କରୁଛି। ଇରାନ ସମର୍ଥିତ ହୂତି ଆନ୍ଦୋଳନକାରୀଙ୍କ ସହ ସାଉଦି ନେତୃତ୍ତ୍ୱାଧିନ ସଂଗଠନର ଯୁଦ୍ଧ ହୋଇଥିଲା। ଯୁଦ୍ଧରେ ଲକ୍ଷେ ଲୋକଙ୍କ ଜୀବନ ଚାଲିଗଲା। ଯୁଦ୍ଧ ପାଇଁ ଦେଶ ମଧ୍ୟ ବିଭକ୍ତ ହୋଇଗଲା। ବର୍ତ୍ତମାନ ରାଜଧାନୀ ସନା ସମେତ ପ୍ରମୁଖ ସହରୀ ଅଞ୍ଚଳରେ ହୂତିମାନେ କବଜା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.