Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଜମ୍ମୁ-କାଶ୍ମୀରରେ ଭୀଷଣ ବରଫ ଝଡ, ବାନ୍ଦିପୋରା ଓ ଗନ୍ଦରବଲରେ ବ୍ୟାପକ କ୍ଷୟକ୍ଷତି

13/01/2020 at 9:54 PM

ଶ୍ରୀନଗର ୧୩।୧:  ଜମ୍ମୁ-କାଶ୍ମୀରରେ ବିତ୍ପାତ ରଚିଛି ହିମ ଝଡ। ବାନ୍ଦିପୋରା ଓ ଗନ୍ଦରବଲରେ ଝଡ ଯୋଗୁ ହିମ ସ୍ଖଳନ ହୋଇଥିବା ସୂଚନା ମିଳିଛି। ଫଳରେ ଅନେକ ଘର ବରଫରେ ପୋତି ହୋଇପଡିଥିବା ବେଳେ ଲୋକେ ମଧ୍ୟ ଦବି ରହିଥିବା ଆଶଙ୍କା କରାଯାଉଛି। ସେନା ଓ ସ୍ଥାନୀ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଇଥିବା ବେଳେ ଏ ପର୍ଯ୍ୟନ୍ତ ୫ ଜଣ ଉଦ୍ଧାର ହୋଇଛନ୍ତି।

ବାନ୍ଦିପୋରା ଜିଲ୍ଲା ଗୁରେଜର ଦାସୀ ବକ୍ତୁର ଗାଁରେ ହୀମ ସ୍ଖଳନ ଯୋଗୁ ୩ ଟି ଘର ବରଫରେ ପୋତିହୋଇପଡିଛି। ସେହିପରି ଗନ୍ଦରବଲ ଜିଲ୍ଲାର ଗଗନଗିରା ଗାଁରେ ବରଫ ଝଡ ଅନେକ ଘରଦ୍ୱାର ଭାଙ୍ଗିପକାଇଛି। ଫଳରେ ଏପର୍ଯ୍ୟନ୍ତ ବରଫରେ ପୋତିହୋଇଯାଇଥିବା ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କର ତଲାସ ଜାରି ରହିଛି।

ସୋମବାର ସକାଳେ ବର୍ଷା ସହ ଝଡତୋଫାନ ଆରମ୍ଭ ହୋଇଥିଲା। ଫଳରେ ଜନଜୀବନ ଗୁରୁତର ପ୍ରଭାବିତ ହୋଇଥିବା ବେଳେ ଲୋକେ ନିଆଁ ଜାଳି ସେକି ହେଉଥିବା ଦେଖାଯାଇଛି। ବର୍ଷାପାଣି ରାସ୍ତାରେ ଜମିବା ଯୋଗୁ ବିଭିନ୍ନ ସ୍ଥାନକୁ ଗମନା ଗମନ ପ୍ରଭାବିତ ହୋଇଥିବା ବେଳେ ଲୋକେ ବର୍ଷା ଥମିବା ପରେ ହାଟ ବଜାରକୁ ବାହାରିଥିବା ଦେଖାଯାଇଛି।

   Related Posts