ତାତିରେ ଜଳୁଛି ସାରା ଭାରତ : ଅସହ୍ୟ ତାତିରେ ଏବେ ସୁଦ୍ଧା ଗଲାଣି ୩୦ ଜୀବନ, ୩ ସପ୍ତାହ ଧରି ଜାରି ରହିବ ଏମିତି ସ୍ଥିତି

Published By : Prameya-News7 Bureau | June 02, 2019 IST

ନୂଆଦିଲ୍ଲୀ ୨|୬: ତାତିରେ ସାରା ଭାରତ ଜଳୁଛି । ରାଜସ୍ଥାନରୁ ତେଲେଙ୍ଗାନା ପର୍ଯ୍ୟନ୍ତ ଅସହ୍ୟ ତାତି ଏବେ ସୁଦ୍ଧା ୩୦ଜୀବନ ନେଲାଣି । ଆସନ୍ତା ୩ସପ୍ତାହ ଧରି ଏମିତି ସ୍ଥିତି ଜାରି ରହିବ । ଉତ୍ତର ପଶ୍ଚିମ ଭାରତରେ ଅନେକ ସହରରେ ରେଡ ୱାର୍ଣିଂ ଜାରି କରିଛି ଭାରତୀୟ ପାଣିପାଗ କେନ୍ଦ୍ର ।

{"id":118726}

ଉତ୍ତର ପଶ୍ଚିମଭାରତରେ ଆକାଶରୁ ନିଆଁ ବର୍ଷୁଛି । ଗତକାଲି ଚୁରୁରେ ଦେଶର ସର୍ବାଧିକ ତାପମାତ୍ରା ୫୦.୮ଡିଗ୍ରୀ ଥିଲା । ଆସନ୍ତା ଦୁଇ ଦିନ ଧରି ଆହୁରି ଅସ୍ତବ୍ୟସ୍ତ କରିବ । ତାପମାତ୍ରା ୫୩ଡିଗ୍ରୀ ପହଞ୍ଚିପାରେ ବୋଲି ସତର୍କ କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୩ସପ୍ତାହ ପର୍ଯ୍ୟନ୍ତ ଅସହ୍ୟ ଗରମରେ ସନ୍ତୁଳି ହେବାକୁ ପଡିବ ।

{"id":118728}

ଦିଲ୍ଲୀ ସମେତ ଉତ୍ତର ପଶ୍ଚିମ ଭାରତ ଅସହ୍ୟ ଗ୍ରୀଷ୍ମ ତାପରେ ଆଉଟୁପାଉଟୁ ହେଉଛି । ରାଜସ୍ଥାନର ଅନେକ ସ୍ଥାନରେ ତାପମାତ୍ରା ୪୭ଡିଗ୍ରୀ ଉପରେ ରହୁଛି । ଉତ୍ତରପ୍ରଦେଶର ବାନ୍ଦାରେ ପାରଦ ୪୮ଡିଗ୍ରୀ ଥିବା ବେଳେ ଦିଲ୍ଲୀରେ ମଧ୍ୟ ତାପମାତ୍ରା ୪୭ଡିଗ୍ରୀ ଛୁଇଁଥିଲା ।

{"id":118729}

ଗ୍ରୀଷ୍ମଲହରୀ ଯୋଗୁଁ ଦେଶରେ ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା ୩୦ରେ ପହଞ୍ଚିଛି । ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ତେଲେଙ୍ଗାନାରେ ପ୍ରଚଣ୍ଡ ଖରା ଯୋଗୁ ଅଂଶୁଘାତ ମୃତ୍ୟୁ ସଂଖ୍ୟା ବଡିବାରେ ଲାଗିଛି । ସ୍ଥିତି ଏପରି ହୋଇଛି ଯେ, ଉତ୍ତର ଭାରତ ଏବଂ ଉତ୍ତର ପଶ୍ଚିମ ଭାରତର ବିଭିନ୍ନ ସହରରେ ରେଡ୍ ୱାର୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

{"id":118730}

ଏପଟେ ଓଡିଶାରେ ବି ତ୍ରାହି ନାହିଁ । ସାରା ରାଜ୍ୟରେ ପ୍ରବଳ ତାତି । ପଶ୍ଚିମ ଓଡିଶା ଅସ୍ତବ୍ୟସ୍ତ । ୧୦ଟି ସହରର ପାରଦ ୪୦ ଡିଗ୍ରୀ ଉପରକୁ ଯାଇଥିବାବେଳେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଝାରସୁଗୁଡ଼ାରେ ପାରଦ ୪୨.୬ ଡ଼ିଗ୍ରୀକୁ ଛୁଇଁଛି ।

{"id":118734}

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ମୌସୁମୀ ଓଡ଼ିଶା ଛୁଇଁବାରେ ବିଳମ୍ବ ହେଉଥିବା ଯୋଗୁଁ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆଜି ମଧ୍ୟ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ତାତି ଅସହ୍ୟ ହେବ ବୋଲି ସତର୍କ କରିଛି ପାଣିପାଗ କେନ୍ଦ୍ର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.