ବୈାଦ୍ଧ ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି

Published By : Prameya-News7 Bureau | August 28, 2018 IST

ବୌଦ୍ଧ ୨୯/୮ ଲଘୁଚାପ ଜନିତ   ଲଗାଣ ବର୍ଷ।  ଫଳରେ  ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରେ  ବନ୍ୟା ପରିସ୍ଥିତି ଉପୁଜିଛି । ତେଲ ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷ। ସହିତ କଳାହାଣ୍ଡିର ହାତୀ ନଦୀର ବନ୍ୟା ପାଣି ତେଲନଦୀରେ ପ୍ରବାହିତ ହେଉଥିବାରୁ କଣ୍ଟାମାଳ ତେଲନଦୀରେ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ   କଣ୍ଟାମାଳ - ଘଣ୍ଟାପଡା ୪୧ ନଂ ରାଜ୍ୟ ରାଜପଥର ଅଡାଗୁଡି ପୋଲ ଉପରେ ୩ ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ସଂପୂର୍ଣ୍ଣ ଭାବେ ବିଛିନ୍ନ ହୋଇଛି । ବ୍ଲକର ୧୧ ଗୋଟି ପଞ୍ଚାୟତ  ବନ୍ୟାରେ  ପ୍ରଭାବିତ  ହୋଇଥିବାବଳେ ଏହି ଅଞ୍ଚଳର  ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି ।  ବରଗାଁ, ଉମା. ଖୁଣ୍ଟିଗୁଡା, ଖମନ ମୁଣ୍ଡ. କୁଲତାଯୋର , ଘଣ୍ଟାପଡା ,ରେଙ୍ଗାଲୀ  ଏବଂ  ଆମ୍ବଗାଁ  ପଞ୍ଚାୟତର ୪୦ ରୁ ଉଦ୍ଧ୍ର୍ବ  ଗାଁ  ବାହ୍ୟ ଜଗତରୁ ବିଛିନ୍ନ ହୋଇଥିବା ଜଣାପଡିଛି । ଅନ୍ୟପଟେ  ବନ୍ୟାଜଳ ପ୍ରବାହିତ ଫଳରେ    ତେଲନଦୀରେ କୂଳରେ ଥିବା କମଘାଟ , ଗମ୍ଭାରୀପଦର ଘଣ୍ଟାପଡା ,  ମଲ୍ଲିକୁଦ ଦେଉଳି ଆଦି ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ  ଥିବାବେଳେ ଅନେକ ଗାଁର    ରାସ୍ତା  ପୋଲ ଗୁଡିକ ଧୋଇନେଇଥିବା  ଜଣାପଡିଛି  ।  ସେପଟେ କଣ୍ଟାମାଳ  ବିଡିଓ ଏବଂ ତହସିଲଦାର  ବନ୍ୟା ଅଞ୍ଚଳ ଗୁଡିକ ବୁଲି ସ୍ଥିତି ଅନୁଧାୟନ କରୁଛନ୍ତି।   ହୀରାକୁଦରୁ ୨୦ ଗୋଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବାରୁ  ବୌଦ୍ଧ ମହାନଦୀରେ ବନ୍ୟା ପରିସ୍ଥିତି  ଦେଖାଦେଇଛି । ବନ୍ୟାଜଳ ର  ବିପଦ ସଙ୍କେତ ୮୭.୮୦ ଥିବାବଳେ ଜଳସ୍ତର ବତ୍ଥମାନ ୮୬.୪୦ ରହିଛି  ।  ତେବେ ମହାନଦୀ ର ବନ୍ୟାଜଳ  ହରଭଙ୍ଗା ବ୍ଲକରେ ବିଶେଷ ଭାବେ ପ୍ରଭାବିତ ହୋଇଛି । ଜଗନ୍ନାଥ ସଡକର ୫ ଗୋଟି ସ୍ଥାନରେ ୫ ଫୁଟ ଉଚ୍ଚତାରେ ବନ୍ୟା ଜଳ ପ୍ରବାହିତ ହେଉଛି ଫଳରେ  ବୌଦ୍ଧ ହରଭଙ୍ଗା ଯୋଗାଯୋଗ ସଂପୂର୍ଣ୍ଣ ବିଛିନ୍ନ ହୋଇପଡିଛି । ହରଭଙ୍ଗା ବ୍ଲକ ର  ସାମ୍ପୋଚ , କରଡି ,ଧଳପୁର ,  ଶାକୁସିଙ୍ଗା ଭେଜିଗୁଡା ସୁରୁଣ୍ଡି ପାଣିଘରା, କୁଶଙ୍ଗ ପଞ୍ଚାୟତର ଅତଲସରା ଏବଂ କୁମାରୀ ଗାଁ    ପାଣି ଘେରରେ ରହିଛି । ମହାନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଉଥିବାବେଳେ ନଦୀକୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।   ହରଭଙ୍ଗା  ବିଡିଓ ଏବଂ ତହସିଦାର  ବନ୍ୟା ଅଞ୍ଚଳ ବୁଲି ସ୍ଥତିର ଅନୁଧ୍ୟାନ କରୁଥିବାବେଳେ   ୯ ଗୋଟି ବନ୍ୟା ଆଶ୍ରୟସ୍ଥଳୀ  ପ୍ରସ୍ତୁତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.