ସୁପର ସାଇକ୍ଲୋନ ଅମ୍ଫାନରେ ଭାରତ ଓ ବଙ୍ଗଳାଦେଶରେ ୮୪ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | May 21, 2020 IST

କୋଲକାତା ୨୧/୦୫ : ସୁପର ସାଇକ୍ଲୋନ ଅମ୍ଫାନ ଗତକାଲି ଓଡିଶା ଓ ପଶ୍ଚିମବଙ୍ଗ ଦେଇ ଗତି କରିଥିଲା | ପଶ୍ଚିମବଙ୍ଗ ସୁନ୍ଦରବନ ଠାରେ ଏହା ଲ୍ୟାଣ୍ଡଫଲ କରିଥିଲା | ବାତ୍ୟା ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି | ବାତ୍ୟା ପ୍ରଭାବରେ ଭାରତ ଓ ବଙ୍ଗଳାଦେଶରେ ୮୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି | ଅମ୍ଫାନ ବାଙ୍ଗଲାଦେଶରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟାଇଛି | 

{"id":273746,"sizeSlug":"large"}

ଗଣମାଧ୍ୟମକୁ ସମ୍ବୋଧିତ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ସେ ଏପରି ବିପଦ ଆଗରୁ କେବେ ଦେଖି ନଥିଲେ। ସେ କହିଛନ୍ତି ଯେ ବାତ୍ୟା ପୂର୍ବରୁ ଉପକୂଳବର୍ତ୍ତୀ ଅଞ୍ଚଳର ଲକ୍ଷ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା | ତଥାପି ଏହା ସୁନ୍ଦରବନ ଓ କୋଲକାତାରେ ବ୍ୟାପକ କ୍ଷତି ଘଟାଇଛି | 

{"id":273747,"width":579,"height":321,"sizeSlug":"large"}

ମମତା ବାନାର୍ଜୀ କହିଛନ୍ତି ଯେ, ବୁଧବାର ଦିନ ସାଢେ ୨ଟା ସମୟରେ ବାତ୍ୟା ଲ୍ୟାଣ୍ଡଫଲ କରିବ ଆରମ୍ଭ କରିଥିଲା | କେବଳ ପଶ୍ଚିମବଙ୍ଗରେ ୭୨ ଜଣଙ୍କ ମୃତ୍ୟୁ ହୋଇଥିବା ସେ ସୂଚନା ଦେଇଛନ୍ତି | ଓଡିଶା ରାଜ୍ୟରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସେଠାକାର ଅଧିକାରୀମାନେ କହିଛନ୍ତି |

{"id":273748,"width":578,"height":368,"sizeSlug":"large"}

ମମତା କହିଛନ୍ତି ଯେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଗଛ ଓ ବିଦ୍ୟୁତ ଖୁଣ୍ଟ ପଡିଯିବା ଦ୍ୱାରା ପ୍ରାଣ ହରାଇଛନ୍ତି। ଭାରତର ତୃତୀୟ ବୃହତ୍ତମ ସହର କୋଲକାତାର ଅନେକ ଅଞ୍ଚଳରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି | 

{"id":273749,"width":580,"height":325,"sizeSlug":"large"}

ମୃତକଙ୍କ ପରିବାରକୁ ୨ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ ମିଳିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି | ପଶ୍ଚିମବଙ୍ଗରେ ବିଦ୍ୟୁତ୍ କାଟ ସହିତ ଫୋନ୍ ସଂଯୋଗ ମଧ୍ୟ ପ୍ରଭାବିତ ହୋଇଛି ଏବଂ କିଛି ବାସିନ୍ଦା କହିଛନ୍ତି ଯେ ମୋବାଇଲ୍ ଫୋନ୍ ଚାର୍ଜ କରିବାରେ ଅସମର୍ଥ ଯୋଗୁଁ ସେମାନେ ରିଲିଫ୍ ପାଇଁ ପାରିନାହାନ୍ତି | ଶକ୍ତି ମନ୍ତ୍ରଣାଳୟ ଅନୁଯାୟୀ ବାଂଲାଦେଶରେ ଅତି କମରେ ଏକ ଲକ୍ଷ ଲୋକ ବିଦ୍ୟୁତ ସଂଯୋଗ ନାହିଁ |

{"id":273750,"width":587,"height":391,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.