Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ବଂଗୋପସାଗରରେ ଲଘୁଚାପ :୧୨ ଘଣ୍ଟା ମଧ୍ୟରେ ନେବ ଡିପ୍ ଡିପ୍ରେସନର ରୂପ , ୧୬ ରେ ସିଭୟର ସାଇକ୍ଲୋନିକ ଷ୍ଟର୍ମ ;ଏସଆରସି ଜାରି କଲେ ସତର୍କ ସୂଚନା

13/12/2018 at 7:51 PM

ଭୁବନେଶ୍ବର୧୩|୧୨: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଧିରେ ଧିରେ ଘନୀଭୁତ ହେଉଛି। ଧିରେ ଧିରେ ଏହା ସିଭୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ସୂଚନା ଅନୁସାରେ। ଏହି ଲଘୁଚାପ ୧୨ ଘଣ୍ଟା ମଧ୍ୟରେ ଡିପ୍  ଡିପ୍ରେସନର ରୂପ ନେବ। ୧୪ ତାରିଖରେ ଏହା ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇ ଉପକୂଳ ମୁହାଁ ହେବ। ଏବଂ ୧୫ ଏବଂ ୧୬ ତାରିଖରେ ଏହା ସିଭୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ।  ଯଦିଓ ଏହା କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ ତାହା ସ୍ପଷ୍ଟ ହୋଇନାହିଁ ତେବେ ଏହା ଆନ୍ଧ୍ରପ୍ରଦେଶ ତାମିଲନାଡୁ ଅଭିମୁଖେ ଅଗ୍ରସର ହେଉଛି। 

୧୬ ତାରିଖରେ ପବନର ବେଗ ଶହେ କିଲୋମିଟର ପାଖାପାଖି ରହିବ ଏବଂ ପ୍ରବଳ ବର୍ଷା ରହିବ। ଭାରତୀୟ ପାଣିପାଗ ବିଭାଗର ରିପୋର୍ଟକୁ ନେଇ ରାଜ୍ୟ ପାଗ ସତର୍କ ସୂଚନା ଜାରି କରିଛନ୍ତି। ୧୬ ଏବଂ ୧୭ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ତେଣୁ ଚାଷୀମାନେ ଏହା ପୂର୍ବରୁ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଛି।

ଯେହେତୁ ଧାନକଟା ଆରମ୍ଭ ହୋଇଯାଇଛି ବା କିଛି ସ୍ଥାନରେ ପାଚିଲା ଧାନ ଏବେବି ଧାନ କ୍ଷେତରେ ରହିଛି। ତେଣୁ ଧାନକୁ ସୁରକ୍ଷିତ ସ୍ଥାନରେ ରଖିବା ଲାଗି ପରାମର୍ଶ ଦିଆଯାଇଛି। ସେହିପରି ମଣ୍ଡିରେ ପଡ଼ି ରହିଥିବା ଧାନର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।

ଓୟୁଏଟି ପକ୍ଷରୁ ଜାରି କରାଯାଇଥିବା ପରାମର୍ଶ ଅନୁଯାୟୀ ଚାଷୀମାନେ କଟା ଯାଇଥିବା ଧାନକୁ ତୁରନ୍ତ କାଟି ନେଇ ସୁରକ୍ଷିତ ସ୍ଥାନରେ ରଖନ୍ତୁ। କଟା ଯାଇ ଜମିରେ ଶୁଖାଯାଇଥିବା ଧାନ କଳେଇ ବିଡ଼ାକୁ ସୁରକ୍ଷିତ ସ୍ଥାନକୁ ନେଇଯାଆନ୍ତୁ।  ଶୁଖିଯାଇଥିବା ଧାନକୁ ବେଙ୍ଗଳା କରି ଅମଳ କରିନିଅନ୍ତୁ। ଖଳାରେ ପଡ଼ିଥିବା ଧାନକୁ ପାଲ ଘୋଡ଼ାଇ ଦିଅନ୍ତୁ । ସେହିପରିତଳି ପଡ଼ିଯାଇଥିବା ଧାନ ଜମିରୁ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରନ୍ତୁ। ବର୍ଷା ପୂର୍ବରୁ ତଳି ପକାନ୍ତୁ ନାହିଁ। ବୁଣାଯାଇଥିବା ମୁଗ ବିରି ବୁଟ  ମଟର କୋଳତ ଆଦି ଡାଲି ଜାତୀୟ ଫସରୁ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରନ୍ତୁ। ସେହିପରି ପନି ପରିବା ଜମିରେ ପାଣି ଜମି ରହିବାକୁ ଦିଅନ୍ତୁ ନାହିଂ। ରଞ୍ଜାରେ ମାଡ଼ିଥିବା ଲଟା ଜାତୀୟ ପନିପରିବାକୁ ବାନ୍ଧି ନିଅନ୍ତୁ।  ବର୍ଷା ପରେ ପୋକ ଲାଗିବାର ଆଶଙ୍କା ଥିବାରୁ  ଏହାର ନିରାକରଣ ପାଇଁ ସତର୍କ ରୁହନ୍ତୁ ।

   Related Posts