ଉତ୍ତର ଭାରତରେ ଅସ୍ତବ୍ୟସ୍ତ ଜନଜୀବନ, ଆହୁରି ୮ ଦିନ ଜାଡ

Published By : Prameya-News7 Bureau | December 30, 2019 IST

ନୂଆଦିଲ୍ଲୀ ୩୦/୧୨: ହାଡ ଭଙ୍ଗା ଜାଡରେ ଥରୁଛି ପୂରା ଉତ୍ତର ଭାରତ । ଚଳିତ ବର୍ଷ ଅଧିକାଂଶ ସ୍ଥାନରେ ରେକର୍ଡ ଭାଙ୍ଗିଛି ଶୀତ । ଦିଲ୍ଲୀର ତାପମାତ୍ରା ଚଳିତ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସି ୨ ଡିଗ୍ରୀ ସେଲ୍‍ସିୟସ୍‍ରେ ପହଞ୍ଚିଛି। ଏହି ଶୀତ ଲହରୀ ନୂଆବର୍ଷ ପର୍ଯ୍ୟନ୍ତ ଜାରି ରହିବ ବୋଲି ଅନୁମାନ କରାଯାଉଛି।

{"id":204364,"sizeSlug":"large"}

ସକାଳେ ଘନ କୁହୁଡ଼ି ଯୋଗୁଁ ଆକାଶ, ରେଳ ଏବଂ ସଡ଼କପଥରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଏଥିଲାଗି ଦିଲ୍ଲୀ ବିମାନ ବନ୍ଦରରୁ ବିଭିନ୍ନ ଗନ୍ତବ୍ୟସ୍ଥଳକୁ ଯିବାକୁ ଥିବା ବିମାନର ଗତିପଥକୁ ବଦଳାଯାଇଥିବା ବେଳେ ବିଭିନ୍ନ ଟ୍ରେନର ଚଳାଚଳ ବିଳମ୍ବ ହୋଇଛି । ହରିଆଣା ଏବଂ ପଞ୍ଜାବରେ ବିଭିନ୍ନ ଜାଗାରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୫ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିଆସିଥିବା ଜଣାପଡ଼ିଛି। ଏହି ଦୁଇ ରାଜ୍ୟର ସର୍ବନିମ୍ନ ତାପମାତ୍ରା ହିସାରଠାରେ ୦.୨ ଡିଗ୍ରୀ ସେଲ୍‍ସିୟସ ରେକର୍ଡ କରାଯାଇଛି। ସେହିଭଳି ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ଲହରୀ ଅନୁଭୂତ ହେବା ସହ କେତେକ ସ୍ଥାନରେ ତାପମାତ୍ରା ୨ ଡିଗ୍ରୀ ତଳକୁ ଖସିଆସିଥିବା ଜଣାଯାଇଛି।

{"id":204365,"sizeSlug":"large"}

ରାଜ୍ୟର ସର୍ବନିମ୍ନ ତାପମାତ୍ରା ମୁଜାଫରନଗରଠରେ ୧.୭ ଓ ଆଲିଗଡ଼ଠାରେ ୧.୮ ଡିଗ୍ରୀ ସେଲ୍‍ସିୟସ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଦିଲ୍ଲୀରେ ମଧ୍ୟ ସର୍ବନିମ୍ନତାପମାତ୍ରା ଗତକାଲି ସକାଳେ ୨.୪ ଡିଗ୍ରୀ ସେଲ୍‍ସିୟସ ରେକର୍ଡ କରାଯାଇଛି ।

{"id":204367,"sizeSlug":"large"}

ଜାମ୍ମୁକାଶ୍ମୀର ଓ ଲଦାଖର ଅନେକ ସ୍ଥାନରେ ପ୍ରବଳ ହିମପାତ ଯୋଗୁଁ ଜଳଯୋଗାଣ ବାଧାପ୍ରାପ୍ତ ହୋଇଥିବା ବେଳେ ଶ୍ରୀନଗରସ୍ଥିତ ଡାଲ୍‍ ହ୍ରଦର କିଛି ଅଂଶ ମଧ୍ୟ ବରଫ ପାଲଟି ଯାଇଥିବା ଜଣାଯାଇଛି। ସେହିଭଳି ହିମାଚଳପ୍ରଦେଶର କୁଫ୍ରି, ମନାଲି ଏବଂ ସୋଲାନ୍‍ଠାରେ ସର୍ବନିମ୍ନ ତାପମାତ୍ରା ଶୂନ୍‍ ଡିଗ୍ରୀ ତଳକୁ ଖସିଆସିଥିବା ଜଣାପଡ଼ିଛି। ରାଜସ୍ଥାନର ଶିକାର୍‍ଠାରେ ସର୍ବନିମ୍ନ ତାପମାତ୍ରା ମାଇନସ୍‍ ୧ ଡିଗ୍ରୀ ଏବଂ ମାଉଣ୍ଟ୍‍ଆବୁଠାରେ ମାଇନସ୍‍ ୧. ୫ ଡିଗ୍ରୀ ସେଲ୍‍ସିୟସ୍‍ ରେକର୍ଡ କରାଯାଇଛି।

{"id":204366,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.