ହାଡ଼ଭଙ୍ଗା ଶୀତରେ ଥରହର ସାରା ଓଡ଼ିଶା : ବଡ଼ବିଲ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ବରଫପାତ

Published By : Prameya-News7 Bureau | December 28, 2019 IST

ଝାରସୁଗୁଡ଼ା ୨୮/୧୨: ହାଡଭଙ୍ଗା ଶୀତରେ ଜମାଟ ବାନ୍ଧିଛି ଓଡ଼ିଶା । ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳେ ବରଫ ଜମିଥିବା ଦେଖିବାକୁ ମିଳିଛି । ଏସବୁ ସ୍ଥାନରେ ତାପମାତ୍ରା ୩ଡିଗ୍ରୀ ତଳକୁ ଖସି ଆସିଛି । ବଡବିଲର କିଛି ସ୍ଥାନରେ ବରଫ ପଡିଛି । ଘର ବାହାରେ ଥିବା କାର ଉପରେ ଏବଂ ଚାଷ ଜମିରେ ବରଫର ଆସ୍ତରଣ ଜମିଥିବା ଦେଖିବାକୁ ମିଳିଛି ।

{"id":203664,"sizeSlug":"large"}

ସୁନ୍ଦରଗଡର କୋଇଡା ଓ ଟେନସା, ଝାରସୁଗୁଡାର ଲଇକେରା ସହ ବରଗଡ ଜିଲ୍ଲା ପଦ୍ମପୁରରେ ଅଞ୍ଚଳରେ ମଧ୍ୟ ବରଫର ଆସ୍ତରଣ ଦେଖିବାକୁ ମିଳିଛି । ପଶ୍ଚିମ ଓଡିଶାରେ ମଧ୍ୟ ସ୍ଥିତି ଅସମ୍ଭାଳ । ଗତ ୨୪ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୧୦ରୁ ୧୨ ଡିଗ୍ରୀ ପର୍ଯ୍ୟନ୍ତ ଖସି ଯାଇଛି । ଅଚାନକ ଶୀତ ମାଡି ଆସିଛି । ୧୦ଡିଗ୍ରୀ ତଳେ ରହିଛି ରାଜ୍ୟର ୧୫ରୁ ଅଧିକ ସହର ।

{"id":203665,"sizeSlug":"large"}

ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ କୋହଲା ପାଗ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ପ୍ରବଳ ଶୀତକୁ ଆଖିରେ ରଖି ଓଡିଶା ପାଇଁ ଅରେଞ୍ଜ ୱାର୍ଣିଂ ଜାରି କରାଯାଇଛି । ଜାନୁଆରୀ ଦ୍ବିତୀୟ ସପ୍ତାହ ଯାଏଁ ଶୀତର ପ୍ରଭାବ ରହିବ ।  ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ଆଗକୁ ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବା ମଧ୍ୟ ସମ୍ଭାବନା ରହିଛି ।

{"id":203666,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.