Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ଶୀତରେ ଥରୁଛି ବଲାଙ୍ଗିର, ହେଲେ ପ୍ରକୃତି କିନ୍ତୁ ହୋଇଉଠିଛି ମନଲୋଭା, ଭକ୍ତିମୟ ହୋଇଛି ପରିବେଶ

27/12/2018 at 6:43 PM

ବଲାଙ୍ଗିର୨୭|୧୨: ଶୀତରେ ଥରୁଛି ବଲାଙ୍ଗୀର । ସକାଳୁ ଉଠିଲା ବେଳକୁ ଘନ କୁହୁଡ଼ି । ରାସ୍ତା ଘାଟ ଦେଖାଯାଉନି । ଥଣ୍ଡା ଅସହ୍ୟ ହେଉଛି ସତ, ହେଲେ ଶୀତରେ ପ୍ରକୃତି ଦେହରେ ଖୁନ୍ଦି ହେଇଯାଉଛି ସୌନ୍ଦର୍ଯ୍ୟ । ସେପଟେ ଶୀତକୁ ଖାତିର ନକରି ରାମନାମରେ ହଜି ଯାଇଛନ୍ତି ପିଲାଠୁ ବୟସ୍କ । ସବୁଠି ଚାଲିଛି ରାମାୟଣ ପାରାୟଣ । ୨୦୧୮ କୁ ପୂଜାପାଠରେ ବିଦାୟ ଦେବା ସହ ନୂଆଁ ବର୍ଷକୁ ସ୍ବାଗତ ଜଣାଇବା ପାଇଁ ଚାଲିଛି ପୂଜାପାଠ ।

ଥରାଉଛି ଥଣ୍ଡା । ଯୁଆଡ଼େ ଚାହିଁଲେ କୁହୁଡ଼ି । ରାସ୍ତା ଘାଟ ଧୁଆଁଳିଆ ଦେଖାଯାଉଛି । ଦୁଇ ରୁ ତିନି ସପ୍ତାହ ହେଲା ପାରଦ ଖସିଚାଲିଛି । ରାତିରେ ୯ରୁ ୧୦ ଡିଗ୍ରୀ ସେଲସିୟସ ମଧ୍ୟରେ ଏବଂ ଦିନ ବେଳେ ୧୫ରୁ ୧୬ ମଧ୍ୟରେ ରହୁଛି ପାରଦ । ଅପରାହ୍ନ ୪ଟାରୁ ତା ପରଦିନ ସକାଳ ୧୦ ଟା ଯାଏଁ ଥଣ୍ଡା ଅସ୍ତବ୍ୟସ୍ତ କରୁଛି । ଜ୍ୟାକେଟ୍, ସ୍ବେଟର, ମଫଲର, ଟୋପି ନହେଲେ ବାହାରକୁ ବାହାରିବା ମୁସ୍କିଲ । ଶୀତରେ ଫିଟ୍ ରହିବା ପାଇଁ କିଏ ଏକ୍ସସରସାଇଜ୍ କରୁଛି ତ ଆଉ କିଏ ଟିକିଏ ଉଷୁମୁ ପାଇଁ ନିଆଁ ପାଖେ ସେକି ହେଉଛି ।

ଶୀତ ଅସମ୍ଭାଳ ସତ ।ହେଲେ ପ୍ରକୃତିର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇଯାଇଛି । ରଂଗ ବେରଙ୍ଗ ଫୁଲ ପାଖେ ପାଖେ ପ୍ରଜାପ୍ରତି ଉଡିବାର ଦୃଶ୍ୟ ସତରେ ବେଶ୍ ମନଲୋଭା । ସେପଟେ ପିଲାଠୁ ବୟସ୍କ କାହାରି ଖାତିର ନାହିଁ ଶୀତକୁ । ଭକ୍ତି ଭାବରେ ବୁଡ଼ି ନାଚୁଛନ୍ତି ସମସ୍ତେ । ନୂଆ ବର୍ଷକୁ ସ୍ବାଗତ କରିବାକୁ ରାମାୟଣ, ପାରାୟଣ ଭଳି ଭକ୍ତି ଭିତ୍ତିକ କାର୍ଯ୍ୟକ୍ରମ ।

ଶୀତ ଡରାଇବାକୁ ଚେଷ୍ଟା କରୁଛି । ହେଲେ  ପ୍ରକୃତିର ସୌନ୍ଦର୍ଯ୍ୟ ଏବଂ ଭକ୍ତି ଭାବ ଭିତରେ ମଜ୍ଜିଯାଇଛନ୍ତି ବଲାଙ୍ଗିର ବାସିନ୍ଦା ।

   Related Posts