Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାକି ଟଙ୍କା ମାଗିବାରୁ ହଣା ଖାଇଲେ ବାପ ପୁଅ

21/07/2019 at 8:57 AM

ଖୋର୍ଦ୍ଧା ୨୧/୭: ବାକି ଟଙ୍କା ମାଗିବାରୁ ହଣା ଖାଇଲେ ବାପ ପୁଅ।  ଏଭଳି ଅଭାବନୀୟ ଘଟଣା ଘଟିଛି ବନମାଳିପୁର ଫାଣ୍ଡି ନରଣପୁର ଗ୍ରାମରେ।ନରଣପୁର ଗ୍ରାମର ଶ୍ରୀକାନ୍ତ  ପରିଡା ସେହି ଗ୍ରାର ରବିନ୍ଦ୍ରଙ୍କ ବିଲରେ ଟ୍ରାକ୍ଟର ଯୋଗେ ହଳ କରିଥିଲେ। ହଳବୁଲା ବାବଦରେ ତିନିଶହ ଟଙ୍କା ବାକି ରଖିଥିଲେ  ରବିନ୍ଦ୍ର।

ଦୀର୍ଘ ଦିନ ପର୍ଯ୍ୟନ୍ତ ରବିନ୍ଦ୍ର ଟଙ୍କା ଦେଇ ନଥିଲେ। ଗତକାଲି ସନ୍ଧ୍ୟାରେ ରବିନ୍ଦ୍ରଙ୍କୁ ଶ୍ରୀକାନ୍ତ ବାକି ଟଙ୍କା ମାଗିବାରୁ ସେ ଉତକ୍ଷିପ୍ତ ହୋଇ ଶ୍ରୀକାନ୍ତଙ୍କୁ ଗାଳିଗୁଲଜ କରିଥିଲା। ପରେ ରବିନ୍ଦ୍ର ଏକ ମାରଣାସ୍ତ୍ର ଧରି ଶ୍ରୀକାନ୍ତଙ୍କ ଘରକୁ ଆସିଥିଲା। ପୁଣି ଶ୍ରୀକାନ୍ତଙ୍କ ସହ ବଚସା ପରେ ଶ୍ରୀକାନ୍ତଙ୍କୁ  ମରଣାନ୍ତକ ଆକ୍ରମଣ କରିଥିଲେ। ଶ୍ରୀକାନ୍ତଙ୍କ ବେକ,ଛାତି,ପେଟରେ ଗଭୀର କ୍ଷତ ସୃଷ୍ଟି ହେଇଛି।ପୁଅକୁ ବଞ୍ଚାଇବାକୁ  ଯାଇ ଶ୍ରୀକାନ୍ତଙ୍କ ବାପା ଶରତ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି।ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ବାଲିପାଟଣା ପୋଲିସ ଘଟଣାର ତଦନ୍ତ କରୁଛି ।

   Related Posts