Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ପାକିସ୍ତାନରେ ଭୟଙ୍କର ସଡକ ଦୁର୍ଘଟଣା: ଟ୍ରକକୁ ଧକ୍କା ଦେଲା ବସ, ୩୦ ମୃତ, ୪୦ ଆହତ

19/07/2021 at 3:38 PM

କରାଚୀ ୧୯/୦୭ : ସୋମବାର ଦିନ ପାକିସ୍ତାନରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି। ସୋମବାର ପଞ୍ଜାବର ଡେରା ଗାଜୀ ଖାନସ୍ଥିତ ସିନ୍ଧୁ ରାଜପଥରେ ଏକ ଯାତ୍ରୀବାହୀ ବସ୍ ଏକ ଟ୍ରକ ସହ ଧକ୍କା ହେବାରୁ ପାଖାପାଖି ୩୦ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୪୦ ରୁ ଅଧିକ ଆହତ ହୋଇଛନ୍ତି। ଏହି ବସ୍ ସିଆଲକୋଟରୁ ରାଜନପୁର ଯାଉଥିଲା। ଡେରା ଗାଜି ଖାନ କମିଶନର ଇଶାଦ ଅହମ୍ମଦ ସ୍ପଷ୍ଟ କରିଛନ୍ତି ଯେ ଏହି ଘଟଣାରେ ମହିଳା ଓ ଶିଶୁଙ୍କ ସମେତ ୨୯ ଜଣଙ୍କର ମୃତ୍ୟୁ ହୋଇଛି। ସେ କହିଛନ୍ତି ଦୁର୍ଘଟଣା ପରେ ଉଦ୍ଧାରକାରୀ ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତଦେହ ଓ ଆହତମାନଙ୍କୁ DHQ ଶିକ୍ଷାଦାନ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ପରେ, DHQ ଟିଚିଂ ହସପିଟାଲ୍ ମେଡିକାଲ୍ କଲେଜର ପ୍ରିନ୍ସପାଲ୍ ଡ.ଆସିଫ୍ କୁରେଶି ଡନ୍ ଡଟ୍ କମ୍ କୁ କହିଛନ୍ତି ଯେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ଡାକ୍ତରଖାନା ପରିଚାଳନା ଅନୁଯାୟୀ ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଗୃହମନ୍ତ୍ରୀ ଶେଖ ରସିଦ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଆଗାମୀ ଇଦ୍-ଉଲ୍-ଅଦହା ଛୁଟି ପାଇଁ ଘରକୁ ଫେରୁଥିବା ଲୋକମାନଙ୍କ ପାଇଁ ଏହି ଘଟଣା କୌଣସି ବିପଦଠାରୁ କମ୍ ନୁହେଁ।

ସେ ଟ୍ୱିଟ କରି କହିଛନ୍ତି, ‘ଆଲ୍ଲା ମୃତକଙ୍କ ଆତ୍ମାକୁ ସଦ୍ଗତି ପ୍ରଦାନ କରନ୍ତୁ ଏବଂ ତାଙ୍କ ପରିବାରକୁ ଏହି ଦୁଃଖ ସହିବାକୁ ସାହସ ଦିଅନ୍ତୁ।’

   Related Posts