Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ବର୍ମିଂହାମରେ ଏକାଧିକ ଲୋକଙ୍କୁ ଛୁରାମାଡ଼, ଛୁରାମାଡର କାରଣ ଅସ୍ପଷ୍ଟ, ଘଟଣାସ୍ଥଳ ସିଲ୍ କଲା ପୋଲିସ

6/09/2020 at 12:17 PM

ଲଣ୍ଡନ ୦୬/୦୯: ବ୍ରିଟେନର ବର୍ମିଂହାମରେ ଆଜି ଏକାଧିକ ଲୋକଙ୍କୁ ଛୁରାମାଡ କରାଯାଇଛି।  ପୋଲିସ୍ ଏହାକୁ ବଡ଼ ଘଟଣା ବୋଲି କହିଛି। ଓ୍ବେଷ୍ଟ ମେଡଲାଣ୍ଡ୍ ପୋଲିସ କହିଛି ପୂର୍ବରୁ ଗୋଟିଏ ଘଟଣାର ତଥ୍ୟ ମିଳିଥିଲା। ଘଟଣାସ୍ଥଳରେ ପହଞ୍ଚିବା ପରେ ଅନେକ ଜାଗାରେ ଛୁରାମାଡ ହୋଇଥିବା ଜଣାପଡ଼ିଲା। କିଛି ଆହତଙ୍କ ସୂଚନା ମିଳିଛି। ତେବେ କେତେ ଲୋକଙ୍କୁ ଛୁରାମାଡ କରାଯାଇଛି ଓ ସେମାନେ କେତେ ଗମ୍ଭୀର ସ୍ଥିତିରେ ଅଛନ୍ତି ସେକଥା କହି ହେବ ନାହିଁ ବୋଲି ପୋଲିସ୍ କହିଛି। ତେବେ ଛୁରାମାଡର ଠୋସ୍ କାରଣ ଏଯାଏଁ ପୋଲିସକୁ ମିଳିପାରି ନାହିଁ। ଏମିତିରେ କୌଣସି ଅନୁମାନ ଲଗାଇବା କଷ୍ଟକର ବୋଲି ପୋଲିସ୍ କହିଛି।

ଏବେ ପୋଲିସର ତଦନ୍ତ ଜାରି ରହିଛି। କେଉଁ କାରଣ ଯୋଗୁଁ ଛୁରାମାଡ ହୋଇଛି ସେ ସମ୍ପର୍କରେ ଜାଣିବା ପାଇଁ ପୋଲିସ୍ ଚେଷ୍ଟା ଚଳାଇଛି । ଘଟଣା ଘଟିଥିବା ସ୍ଥାନକୁ ପୋଲିସ୍ ସିଲ୍ କରିବା ସହ ରାସ୍ତା ମଧ୍ୟ ବନ୍ଦ କରି ଦେଇଛି। ସବୁ ପ୍ରକାର ଜରୁରୀକାଳୀନ ସେବା ସହ ଏ କାମ ଜାରି ରହିଛି। ଆହତ ଲୋକଙ୍କୁ ହସପିଟାଲରେ ଭର୍ତ୍ତି  କରାଯାଇଛି।

ସୂଚନାଯୋଗ୍ୟ ଜୁନ ମାସରେ ଛୁରାମାଡରେ ଦୁଇଟି ଘଟଣା ଘଟିଥିଲା। ଜୁନ୍ ୨୦ରେ ରୋଡିଙ୍ଗ ସହରରେ ତିନି ଜଣ ଲୋକଙ୍କୁ ଛୁରାମାଡରେ ହତ୍ୟା କରାଯାଇଥିଲା। ପୋଲିସ୍ ଏହାକୁ ଆତଙ୍କୀ ଘଟଣା କହିଥିଲା। ଏହା ପରେ ଜୁନ୍ ୨୫ରେ ସ୍କଟଲାଣ୍ହର ଗ୍ଳାସଗୋ ସହରରେ ତିନି ଜଣଙ୍କୁ ହତ୍ୟା କରାଯାଇଥିଲା। ପୋଲିସ୍ ଏହି ଘଟଣାର ଦୋଷୀକୁ ମାରିଥିଲା।

   Related Posts