ଦୁର୍ଘଟଣାର ଦିନ: ବିଶାଖାପାଟଣା, ରାୟଗଢ ପରେ ଏବେ ତାମିଲନାଡୁରେ ବୟଲର ଫାଟି ୭ ଆହତ

Published By : Prameya-News7 Bureau | May 07, 2020 IST

ଚେନ୍ନାଇ ୦୭।୦୫: କରୋନା କାରଣରୁ ଦେଶରେ ଦୁଇଟି ପର୍ଯ୍ୟାୟରେ ୪୦ ଦିନିଆ ଲକ୍‌ଡାଉନ୍‌ ପୂରଣ ହେବା ପରେ ଅନେକ ପ୍ରକାର କହୋଳ ସହିତ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌  ଜାରି ରହିଛି। ମାତ୍ର ଗୁରୁବାର ଭାରତ ଲାଗି ଅଶୁଭ ସାବ୍ୟସ୍ତ ହୋଇଛି। ବିଶାଖାପାଟଣା ଓ ରାୟଗଢରେ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ପରେ ତାମିଲନାଡୁର ନେଭେଲିରେ ବୟଲର ଫାଟିବାରୁ ସାତ ଜଣ ଆହତ ହୋଇଛନ୍ତି। ରାଜ୍ୟର କୁଡ୍ଡାଲୋର  ଜିଲ୍ଲାର ନେଭେଲି ଲିଗ୍‌ନାଇଟ୍‌ କର୍ପୋରେସନ ଲିମିଟେଡ୍‌ର ପ୍ଲାଣ୍ଟରେ ଏହି ଦୁର୍ଘଟଣା ଘଟିଛି।

ପ୍ରାରମ୍ଭିକ ସୂଚନା ମୁତାବକ ବୟଲରରେ ଘଟିଥିବା ବିସ୍ଫୋରଣରେ ୭ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣା ପରେ ପ୍ଲାଣ୍ଟରୁ ଧୂଆଁ ଉଠୁଥିବା ଦେଖିବାକୁ ମିଳିଛି। ଘଟଣାର ସୂଚନା ମିଳିବା ମାତ୍ରେ ଏନଏଲସି ଇଣ୍ଡିଆ ଲିମିଟେଡ୍‌ର ରିଲିଫ ଓ ଉଦ୍ଧାର କାର୍ଯ୍ୟ କରୁଥିବା ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରାଯାଉଛି।

wp:core-embed/twitter {"url":"https://twitter.com/ANI/status/1258382142393860096?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1258382142393860096\u0026ref_url=https%3A%2F%2Fwww.indiatv.in%2Findia%2Fnational-boiler-blast-in-tamil-nadu-nlc-thermal-power-station-708967","type":"rich","providerNameSlug":"twitter","className":""}
https://twitter.com/ANI/status/1258382142393860096?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1258382142393860096&ref_url=https%3A%2F%2Fwww.indiatv.in%2Findia%2Fnational-boiler-blast-in-tamil-nadu-nlc-thermal-power-station-708967
/wp:core-embed/twitter

ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚି ଯାଇଛି। ଭୟାନକ ବିସ୍ଫୋରଣ ପରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଉଛି। ଏହି ଘଟଣା ପରେ ପ୍ଲାଣ୍ଟରେ ଚାଲିଥିବା କାମକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି।

କୁଡ୍ଡାଲୋରରେ ବୟଲର ବିସ୍ଫୋରଣ  ପୂର୍ବରୁ ଆଜି ଦେଶରେ ଦୁଇ ଦୁଇଟି ବଡ ଦୁର୍ଘଟଣା ଘଟି ସାରିଛି। ସକାଳେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ଗ୍ୟାସ୍‌ ଲିକ୍‌ ଦୁର୍ଘଟଣା ପରେ ଅପରାହ୍ନରେ ଛତିଶଗଡର ରାୟଗଢରେ ପେପର ମିଲ୍‌ରେ ଦୁର୍ଘଟଣା ଘଟିଥିଲା। ବିଶାଖାପାଟଣାରେ ଏକ ପଲିମର ଫ୍ୟାକ୍ଟ୍ରିରେ  ବିଷାକ୍ତ ଗ୍ୟାସ୍ ନିର୍ଗତ ହେବା ପରେ ୧୧ ଜଣଙ୍କ ମୃତ୍ୟୁ ଘଟିବା ସହିତ ଶତାଧିକ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଛତିଶଗଡର ରାୟଗଢରେ ଏକ ପେପର ମିଲ୍‌ରେ ଗ୍ୟାସ୍‌ ଲିକ୍ ହେବା ଫଳରେ ସାତ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ରାୟପୁର ସ୍ଥାନାନ୍ତର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.