କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ

Published By : Prameya-News7 Bureau | November 29, 2020 IST

ମାଲକାନଗିରି ୨୯।୧୧: ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି  । ଏହି ବିସ୍ଫୋରଣରେ ୧୦ ଜଣ ଯବାନ ଗୁରୁତର ହୋଇଥିବା ବେଳେ ଜଣେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ ହୋଇଥିବା ଖବର ମିଳିଛି । କମ୍ବିଂ ଅପରେସନ ସାରି ନିଜ କ୍ୟାମ୍ପକୁ ଫେରୁଥିବା ସମୟରେ ତାଡ଼ମେଟଲା ଜଙ୍ଗଲ ରାସ୍ତାରେ ମାଓବାଦୀ ମାନେ କରିଛନ୍ତି ଏହି ବିସ୍ଫୋରଣ । ଆହତ ଯବାନଙ୍କୁ ଉଦ୍ଧାର କରିବା ଲାଗି ଘଟଣା ସ୍ଥଳରେ ପହଞ୍ଚିଛନ୍ତି ସିଆରପିଏଫ ଜବାନ ।

ଖବର ଅନୁଯାୟୀ, ଛତିଶଗଡ ସୁକୁମା ତାଡ଼ମେଟଲା ଜଙ୍ଗଲ ଯବାନମାନଙ୍କର କୁମ୍ବିଂ ଅପରସେନ ଜାରି ରହିଥିଲା । ୨୦୬ ବାଟାଲିୟନର ଯବାନମାନେ ଜଙ୍ଗଲରେ କମ୍ବିଂ ଅପରେସନ ଚଳାଇଥିଲେ । ଦିନତମାମ କମ୍ବିଂ ଅପରେସନ ସାରି ନିଜ କ୍ୟାମ୍ପ ଅଭିମୁଖେ ଆସୁଥିଲେ ସମସ୍ତ ଯବାନ । କିନ୍ତୁ ଜଙ୍ଗଲ ରାସ୍ତାରେ ମାଓବାଦୀ ମାନେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଥିଲେ । ଏହି ବିସ୍ଫୋରଣରେ ପାଖାପାଖି ୧୦ ଯବାନ ଆହତ ହୋଇଥିବା ଜଣାପଡିଛି ।

ତେବେ ସେମାନଙ୍କ ମଧ୍ୟରେ ଜଣେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ ହୋଇଥିବା ଖବର ଆସିଛି । ସେହିପରି ଆହତଙ୍କ ମଧ୍ୟରେ ଆଉ ଜଣେ ବରିଷ୍ଠ ଅଧିକାରୀ ଥିବା ମଧ୍ୟ ସୂଚନା ରହିଛି । ସମସ୍ତ ଆହତ ଯବାନଙ୍କୁ ବାୟୁସେନାର ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତରିତ କରାଯାଇଛି । ସେହିପରି ଘଟଣାସମ୍ପର୍କୀରେ ବସ୍ତର ଆଇଜି ସୂଚନା ଦେଇଛନ୍ତି ଯେ, ଘଟଣାର ସବିଶେଷ ତଥ୍ୟ ସଂଗ୍ରହ କରାଯିବ । ଯବାନମାନେ ଜଙ୍ଗଲରୁ ଫେରିବା ପରେ ତଥ୍ୟ ହାସଲ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.