Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୮ଜଣ ବିଜେପି ନେତାଙ୍କ ସହ ଇସ୍ତଫା ଦେଲେ ଅନେକ କର୍ମୀ , ଆତଙ୍କବାଦୀଙ୍କ ଭୟରେ ଛାଡୁଛନ୍ତି ଦଳ

11/08/2020 at 1:44 PM

ଶ୍ରୀନଗର ୧୧।୦୮: ଜାମ୍ମୁ କାଶ୍ମୀରର ବିଜେପି ନେତା ଓ କର୍ମୀଙ୍କ ମନରେ ଭୟ । ନିକଟରେ ନେତାଙ୍କ ଉପରେ ହେଉଥିବା ଆକ୍ରମଣ ବନ୍ଦ ହେବାର ନାଁ ନେଉନି । ନେତାଙ୍କ ଉପରେ ଆକ୍ରମଣ ପ୍ରତିଦିନ ବଢିବାରେ ଲାଗିଛି । ଯାହାକି ସ୍ଥାନୀୟ ନେତାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । ତେବେ ଏସବୁକୁ ନେଇ ବିଜେପି ନେତା ଓ ତୃଣମୂଳ ସ୍ତରରେ କର୍ମୀମାନେ ଭୟ ଜୀବନ କାଟୁଛନ୍ତି  । ଶେଷରେ ନିଜ ଜୀବନର ସୁରକ୍ଷାକୁ ନେଇ ବହୁ ନେତା ଓ କର୍ମୀ ବିଜେପି ଦଳରୁ ନିଜ ନିଜର ଇସ୍ତଫା ଦେଇସାରିଛନ୍ତି । ଲଗାତର ଭାବେ ଗତ କିଛି ନେତା ଏପରି ଇସ୍ତଫା ଦେଇଚାଲିଛନ୍ତି ।

ସ୍ଥାନୀୟ ନେତାମାନେ ନିଜ ନିଜ ଜୀବନର ସୁରକ୍ଷାକୁ ଧ୍ୟାନ ଦେଇ ଇସ୍ତଫା ଦେଇଛନ୍ତି । କେବଳ ନେତାମାନେ ନୁହେଁ , ବରଂ ତୃଣମୂଳ ସ୍ତରର କିଛି କର୍ମୀମାନେ ମଧ୍ୟ ଇସ୍ତଫା ଦେଇସାରିଛନ୍ତି । ସୂଚନାନୁସାରେ, ଗତ କିଛି ଦିନ ତଳେ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନେ ବୁଡଗାମ ଓବିସି ମୋର୍ଚ୍ଚାର ମୁଖ୍ୟ ଅବଦୁଲ ହମିଦ ନାଜରଙ୍କୁ ଗୁଳି କରି ହତ୍ୟା କରିଥିଲେ ।  ଅବଦୁଲ୍ ହମିଦ ନାଜର ମୋହିନ୍ଦପୋରାରେ ଥିବା ତାଙ୍କ ବାସଭବନରୁ ମର୍ଣ୍ଣିଂ ଓ୍ବାକ୍ ପାଇଁ ଯାଇଥିଲେ । ସେ କିଛି ବାଟ ଯିବା ପରେ ରେଲୱେ ଟ୍ରାକ୍ ନିକଟରେ ଲୁଚିଥିବା ଆକ୍ରମଣକାରୀମାନେ ତାଙ୍କୁ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇ ସେଠାରୁ ଫେରାର ହୋଇଯାଇଥିଲେ । ଏହାପରେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା  । ଗତ ଏକ ମାସ ମଧ୍ୟରେ ଅବଦୁଲ ହାମିଦ କାଶ୍ମୀରର ଚତୁର୍ଥ ବିଜେପି କର୍ମୀ, ଯାହାଙ୍କୁ ହତ୍ୟା କରାଯାଇଛି । ଏହାପୂର୍ବରୁ ବାନ୍ଦିପୋରାର ବିଜେପିର ଜିଲ୍ଲା ସଭାପତି ୱାସିମ ବରୀ, ତାଙ୍କ ପିତା ଏବଂ ଭାଇଙ୍କୁ ଗତ ମାସରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ଅଗଷ୍ଟ ୪ରେ ଜଣେ ବିଜେପି ସରପଞ୍ଚଙ୍କୁ ମଧ୍ୟ ଗୁଳି କରି ଆହତ ହୋଇଥିବାବେଳେ ଦୁଇ ଦିନ ତଳେ ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ଦଳର ଅନ୍ୟ ଜଣେ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ଲଗାତର ଭାବେ ବିଜେପି କର୍ମୀ ଓ ନେତାମାନଙ୍କୁ ଗୁଳି କରି ହତ୍ୟା କରିବା ନେଇ ସ୍ଥାନୀୟ ନେତାମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି। ନିଜ ଜୀବନକୁ ପ୍ରତି ସୁରକ୍ଷା ଦୃଷ୍ଟିରୁ ନେତା ଓ କର୍ମୀମାନେ ନିଜ ନିଜର ଇସ୍ତଫା ଦେଉଛନ୍ତି । ଗତ ସପ୍ତାହକ ମଧ୍ୟରେ ୮ଜଣରୁ ଅଧିକ ନେତା ଓ କର୍ମୀ ଇସ୍ତଫା ଦେଇସାଇଲେଣି ।

   Related Posts