Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଭୂତ ହୋଇ ସାଧାରଣଲୋକଙ୍କୁ ଡରାଇବା ମହଙ୍ଗା ପଡିଲା, ସାତ ଜଣ ଯୁବକଙ୍କ ହେଲା ଏମିତି ଅବସ୍ଥା …

12/11/2019 at 2:25 PM

ନୂଆଦିଲ୍ଲୀ ୧୨।୧୧:  ଭୂତ ଭଳି ପୋଷାକ ପିନ୍ଧି ସାଧାରଣଲୋକଙ୍କୁ ଭୂତହୋଇ ଡରାଇବା ଅଭିଯୋଗରେ ପୋଲିସ ସାତଜଣଙ୍କୁ ଗିରଫ କରିଛି । ସୋମବାର ବିଳମ୍ବିତ ରାତି ୨ଟା ୩୦ମିନିଟ ସମୟରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ସାତଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ । ଯୁବକମାନେ ଭୂତ ବେଶ ଧାରଣ କରି ସାଧାରଣଲୋକଙ୍କୁ ଡରାଇବା ଲାଗି ରାସ୍ତା ଉପରକୁ ଆସଥାନ୍ତି ।  ଠିକ୍ ଏହି ସମୟରେ ସମସ୍ତ ଯୁବକଙ୍କୁ ଗିରଫ କରାଯାଇଥିଲା । ଗିରଫ ଯୁବକମାନେ ହେଲେ ଶାନ ମଲ୍ଲିକ, ନାବିଦ, ସାଜିଲ୍ ମହମ୍ମଦ, ମହମ୍ମଦ ଅକୀବ, ସାକିବ, ସୟଦ, ୟୁସୁଫ ଅହମ୍ମଦ । ଗିରଫ ସମସ୍ତଙ୍କ ବୟସ ୨୦ରୁ ୨୨ବର୍ଷ ମଧ୍ୟରେ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ଭୂତ ର ବେଶ ହୋଇ  ଯୁବକମାନେ ରାସ୍ତାରେ ଯାଉଥିବା ଗାଡିକୁ ଅଟକାଇଥାନ୍ତି କି ଯାହାଫଳରେ ଗାଡି ଡ୍ରାଇଭରମାନେ ଗାଡି ପଛକୁ ଫେରାଇବା ପାଇଁ ବାଧ୍ୟ ହୋଇଥାନ୍ତି । ରାସ୍ତାକଡରେ ଶୋଉଥିବା ଲୋକଙ୍କୁ ମଧ୍ୟ ଡରାଇବାକୁ ଉଦ୍ୟମ କରନ୍ତି । ଗିରଫ ହୋଇଥିବା  ଯୁବକଙ୍କ ମଧ୍ୟରୁ ଅଧିକାଂଶ ଯୁବକ ଏସମସ୍ତ ଘଟଣାକୁ ଭିଡିଓ ରେକଡିଂ କରି ୟୁଟୁବରେ ପରିହାସପୂର୍ଣ୍ଣ (PRANK) ଭିଡିଓ ଭାବେ ଅପଲୋଡ କରିବାକୁ ମଧ୍ୟ ଯୋଜନା  କରୁଥିଲେ ବୋଲି ଉତ୍ତର ଡିସିପି ସୂଚନା ଦେଇଛନ୍ତି । ‘

ସମସ୍ତ ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡ ଆଇନ ଅନୁସାରେ ଶାନ୍ତି ଭଙ୍ଗ କରିବା , ଅପରାଧିକ ଧମକ ଦେବା ଭଳି ମାମଲା ରୁଜୁ କରି ଗିରଫ କରାଯାଇଥିଲା । କିନ୍ତୁ ପରେ ସେମାନଙ୍କ ଜାମିନରେ ଛଡା ଯାଇଛି।

   Related Posts