ସମ୍ବଲପୁର ୪।୫: ସମ୍ବଲପୁର ଜିଲ୍ଲାର ୮ଟି ସ୍ଥାନ ହେଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଘୋଷଣା ହୋଇଥିବା ୮ଟି ସ୍ଥାନ ମଧ୍ୟରେ ରେଢାଖୋଲ ଏନଏସିର ୧୧ ନମ୍ବର ଓ୍ବାର୍ଡର ଦେହୁରୀ ସାହି, ସ୍କୁଲ ସାହି, ଲକ୍ଷ୍ଣୀପୂଜା ମଣ୍ଡପ ସାହି ରହିଥିବାବେଳେ କୁଚିଣ୍ଡା ଏନଏସିର ୯ ନମ୍ବର ଓ୍ବାର୍ଡର କୁଣ୍ଡାପୋଷୀର କିଛି ଅଂଶ ରହିଛି ।
ସେହିପରି ବାମରା ବ୍ଲକର ସାଗ୍ର ଗ୍ରାମ ପଂଚାୟତର ସାଗ୍ର ଗାଁର କିଛି ଅଂଶକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ମଧ୍ୟରେ ମହାନଗର ନିଗମର ୫ଟି ସ୍ଥାନ ରହିଛି । ତାହା ହେଲା ୧୯ ନମ୍ବର ଓ୍ବାର୍ଡର ସମୃଦ୍ଧି ନଗର, ୨୧ ନମ୍ବର ଓ୍ବାର୍ଡର ମିଶ୍ର କଲୋନୀର କିଛି ଅଂଶ ଓ ଆଦର୍ଶ ମାର୍ଗର କିଛି ଅଂଶ, ୨୪ ନମ୍ବର ଓ୍ବାର୍ଡର ସୁପକାର ଗଲି, ୩୦ ନମ୍ବର ଓ୍ବାର୍ଡ ମୋତିଝରଣର ଏଲଆଇସି କଲୋନୀ, ୩୫ ନମ୍ବର ଓ୍ବାର୍ଡ ଗୋବିନ୍ଦତୋଲାର ଶ୍ରୀରାମ ବିହାର । ତେବେ ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ବଳବତ୍ତର ରହିବ ।
ତେବେ ଏହିସବୁ ଅଂଚଳକୁ ବ୍ୟାରିକେଡରେ ଆବଦ୍ଧ କରାଯିବା ସହ ସାଧାରଣ ଲୋକଙ୍କ ଗମନାଗମନ ବନ୍ଦ ରହିବ । ସେହିପରି ଏହି ଅଂଚଳକୁ ଲାଗିକି ଥିବା ଅଂଚଳକୁ ବୋଫର ଜୋନ୍ ଘୋଷଣା କରାଯାଇଛି ।