ମର୍ମନ୍ତୁଦ ସଡକ ଦୁର୍ଘଟଣା: ଅଟୋ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା, ୭ ମୃତ

Published By : Prameya-News7 Bureau | November 10, 2019 IST

ବିହାର ୧୦।୧୧: ବିହାର ପଶ୍ଚିମ ଚମ୍ପାରଣ ଜିଲ୍ଲା ମଝୋଲିଆ ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ  ସାତ ଜଣ ପ୍ରାଣ ହରାଇଥିବା ବେଳେ ଦୁଇ ଜଣଙ୍କୁ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚାନାଯୋଗ୍ୟ ଯେ,  ପଶ୍ଚିମ ଚମ୍ପାରଣ ଜିଲ୍ଲା ମଝୋଲିଆ ଥାନା ଅଞ୍ଚଳରେ ଶନିବାର ରାତିରେ କାର ଓ ଅଟୋ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଯାହାକି ଦୁର୍ଘଟଣାରେ ସାତଜଣ ପ୍ରାଣ ହରାଇଛନ୍ତି । ମୃତକମାନେ ବିହାର ପୂର୍ବ ଚମ୍ପାରଣ ଜିଲ୍ଲାର ହରିସିଦ୍ଧି ଥାନା ଅଞ୍ଚଳର ଯୋଗିଆ ଗାଁର ବାସୀନ୍ଦା ଗଣେଷ ମାଞ୍ଝୀ ନିଜ ପରିବାର ସଦସ୍ୟଙ୍କ ସହ ବିତିୟା ଆସୁଥିଲେ , ଠିକ୍ ଏହି ସମୟରେ ବିପରୀତ ଦିଗରୁ ଆସୁଥିବା କାର ସହ ଦୁର୍ଘଟଣା ହୋଇଥିଲା । ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଥିବାର ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.