ମର୍ମନ୍ତୁଦ ସଡକ ଦୁର୍ଘଟଣା : ୭ମୃତ, ୧୫ଆହତ
2/01/2020 at 3:26 PM

ଶ୍ରୀନଗର ୦୨।୦୧: ଜାମ୍ମୁ-କାଶ୍ମୀରର ରୌଜୋରୀ ଜିଲ୍ଲା ଲାମ୍ବେରୀ ନିକଟରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଖାତକୁ ଖସିପଡିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୭ ଜଣ ଯାତ୍ରୀ ପ୍ରାଣ ହରାଇବା ସହ ୧୫ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରଯାଇଛି । ବସ୍ ଦୁର୍ଘଟଣାର ଖବର ଘଟଣାସ୍ଥଳରେ ସ୍ଥାନୀୟଲୋକ ଓ ପ୍ରଶାସନ ପହଞ୍ଚି ଖାତରୁ ଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ବସ୍ ତଳେ କିଛି ଯାତ୍ରୀ ଚାପି ହୋଇହିଥିବା ଆଶଙ୍କା କରାଯାଉଛି । ମୃତାହତଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି ।