ପୋଲ ତଳକୁ ଖସିଲା ପିକଅପ୍ ଭ୍ୟାନ: ୭ମୃତ, ୨୦ରୁ ଅଧିକ ଆହତ
30/11/2019 at 10:33 AM

ମୁମ୍ବାଇ ୩୦।୧୧: ଧୁଲେ-ସୋଲାପୁର ରାସ୍ତା ଭିଞ୍ଚୁର ନିକଟରେ ପୋଲ ତଳକୁ ଖସିଲା ପିକଅପ ଭ୍ୟାନ। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ଧୁଲେ-ସୋଲାପୁର ରାସ୍ତା ଭିଞ୍ଚୁର ଗାଁ ନିକଟରେ ଥିବା ପୋଲ ଉପରୁ ଏକ ପିକ ଅପ୍ ଭ୍ୟାନ ନଦୀ ଭିତରକୁ ଖସିପଡିଛି । ନଦୀ ଭିତରୁ ପିକଅପ ଭ୍ୟାନ ଖସିପଡିବାରୁ ସାତ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୨୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ।