ଗୋଟିଏ ବାଇକ୍ରେ ଥିଲେ କ୍ଷମତାଠାରୁ ଅଧିକ ଆରୋହୀ, ଚାଲାଣ କାଟିବା ବଦଳରେ ପୋଲିସ କର୍ମଚାରୀ ହାତ ଯୋଡି ନମସ୍କାର କଲେ : କାହିଁକି, କଣ ପାଇଁ…
9/01/2021 at 5:37 PM

ନୂଆଦିଲ୍ଲୀ ୦୯/୦୧ : ସୋସିଆଲ ମିଡିଆର ଉପଯୁକ୍ତ ବ୍ୟବହାର କରୁଥିବା ଲୋକେ ଅନେକ ସମୟରେ ଅଜବ ଫଟୋ ଏବଂ ଭିଡିଓ ଦେଖିବାକୁ ପାଆନ୍ତି । ବିଭିନ୍ନ ସମୟରେ ଆଶ୍ଚର୍ଯ୍ୟ ଚକିତ କରିଲା ଭଳି ଫଟୋ ଏବଂ ଭିଡିଓ ଭାଇରାଲ ହୁଏ ଯାହାକୁକି ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ଉପଭୋଗ କରନ୍ତି । ଏପରି କିଛି ଫଟୋ ଏବଂ ଭିଡିଓ ଆପରଙ୍କୁ ହୋସ ଉଡାଇଦେବ ।
ଭାଇରାଲ ହେଉଥିବା ଫଟୋଟି ବିହାରର ବୋଲି ସୂଚନା ମିଳିଛି । ଯାହାକି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଗୋଟିଏ ବାଇକ୍ରେ ଜଣେ ନୁହେଁ କି ଦୁଇ ଜଣ ନୁହେଁ ଏକାଥରେ ୭ ଜଣ ବସିକି ଯାଉଥିବା ଫଟୋ ଭାଇରାଲ ହେବାରେ ଲାଗିଛି । ତେବେ ସବୁଠାରୁ ବଡ କଥା ହେଉଛି ରାସ୍ତାରେ ଯାଉଥିବା ବେଳେ ବାଇକ ଆରୋହୀଜଣକ ପୋଲିସ ହାବୁଡରେ ପଡିଯାଇଥିଲେ ।
ତେବେ ପୋଲିସ ଧରିବା ପରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଥିଲା । ଉକ୍ତ ବ୍ୟକ୍ତିଙ୍କ ଚାଲାଣ କାଟିବା ପୂର୍ବରୁ ପୋଲିସ ଅଧିକାରୀଜଣକ ଗାଡି ଆଗକୁ ଆସି ହାତ ଯୋଡି ଠିଆ ହୋଇଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ହେଉଥିବା ଫଟୋରେ ଗୋଟିଏ ବାଇକରେ ୭ ଜଣ ଯାଉଥିବା ଦେଖିବାକୁ ମିଳିଛି । ଫଟୋ ଦେଖି ଏପରି ଲାଗୁଛି ଯେ, ପୂରା ପରିବାର ବାଇକରେ ବସିଯାଇଛନ୍ତି । ବାଇକ୍ର ଆଗରେ ୩ଜଣ ଶିଶୁ ବସିଛନ୍ତି । ଏହା ପରକୁ ଜଣେ ବ୍ୟକ୍ତି ଗାଡି ଚଳାଉଛନ୍ତି ଏବଂ ତାଙ୍କ ପଛକୁ ବସିଛନ୍ତି ଜଣେ ମହିଳାଙ୍କ ସମେତ ୨ ଜଣ ଶିଶୁ । ଫଟୋଟି ଭାଇରାଲ ହେବାର କାରଣ ହେଉଛି ଜଣେ ପୋଲିସ ଅଫିସର ଉକ୍ତ ବାଇକ୍ ଆରୋହୀଙ୍କୁ ହାତ ଯୋଡି ବିନତୀ କରୁଛନ୍ତି । ସୋସିଆଲ ମିଡିଆ ୟୁଜର ଏହି ଫଟୋଟିକୁ ବ୍ୟାପକ ମାତ୍ରାରେ ସେୟାର କରୁଛନ୍ତି ।