ମର୍ମନ୍ତୁଦ ସଡକ ଦୁର୍ଘଟଣା: କାର-ଟ୍ରେଲର ମଧ୍ୟରେ ଭୟଙ୍କର ଧକ୍କା, ଜୀବନ୍ତ ଜଳିଗଲେ ୭ ଜଣ

Published By : Prameya-News7 Bureau | November 21, 2020 IST

ସୁରେନ୍ଦ୍ରନଗର ୨୧।୧୧: ଗୁଜରାଟର ସୁରେନ୍ଦ୍ରନଗରରେ ଶନିବାର ବଡ ଧରଣର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କାରରେ ଥିବା ୭ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। କାର ଓ ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏହି  ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ ସୁରେନ୍ଦ୍ର ନଗରରେ ପାଟଡି ଥାନା ଅନ୍ତର୍ଗତ ଖେରଭା ଗାଁ ନିକଟରେ ଟ୍ରେଲ୍ ଓ କାର ମଧ୍ୟରେ ଭୀଷଣ ଧକ୍କା ହୋଇଥିଲା। ଫଳରେ କାରରେ ଭୟଙ୍କର ଭାବେ ନିଆଁ ଲାଗି ଯାଇଥିଲା। କାରରେ ବସିଥିବା ସାତ ଜଣ ଦୁର୍ଘଟଣାସ୍ଥଳରେ ଜୀବନ୍ତ ଦଗ୍ଧ  ହୋଇ ଯାଇଛନ୍ତି।

ଏହି ଦୁର୍ଘଟଣା ପରେ ଟ୍ରେଲର ଡ୍ରାଇଭର ଦୁର୍ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଡ୍ରାଇଭରର ସନ୍ଧାନରେ ଜୁଟିଛି।

ମିଳିଥିବା ଖବର ଅନୁଯାୟୀ, ପାଟନ ଜିଲ୍ଲାର କୋଇଦା ଗାଁର ଗୋଟିଏ ପରିବାର ଚୋଟିଲା ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ମନ୍ଦିର ଦର୍ଶନ ପରେ ସମସ୍ତ କାର୍‌ ଯୋଗେ ଘରକୁ ଫେରୁଥିଲେ । କିନ୍ତୁ ଅଧାରାସ୍ତାରେ ଟ୍ରକ ସହିତ ଧକ୍କା ହୋଇ ଜିଅନ୍ତ ପୋଡିଯାଇଛନ୍ତି ପରିବାରର ସଦସ୍ୟ  । ତେବେ ୭ ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ଥିବା ସୂଚନା ରହିଛି ।

ସ୍ଥାନୀୟ ପୋଲିସର ଅନୁଯାୟୀ, କାର୍‌ରେ ଗ୍ୟାସ୍‌ କିଟ୍‌ ରହିଥିଲା । ଦୁର୍ଘଟଣା ପରେ କାର୍‌ରେ ନିଆଁ ଲାଗିବାରେ ଗ୍ୟାସ୍‌ର ଭୂମିକା ରହିଛି ବୋଲି ଅନୁମାନ କରାଯାଉଛି । ତେବେ ଫରେନସିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଗାଡିର ନମ୍ବର ପ୍ଲେଟ ଆଧାରରେ ଲୋକଙ୍କ ପରିଚୟ ହୋଇଛି । ଘଟଣାସ୍ଥଳରେ ସୁରେନ୍ଦ୍ରନଗର ଅତିରିକ୍ତ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଦୁର୍ଘଟଣା ସଂପର୍କରେ ତଥ୍ୟ ହାସଲ କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.