Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାଲେସିଆରେ ବନ୍ଧା ପଡିଛି ୭ଜଣ ଓଡିଆ ଶ୍ରମିକଙ୍କ ଜୀବନ

1/09/2018 at 12:11 AM

ଭୁବନେଶ୍ବର ୧|୯: ମାଲେସିଆରେ ବନ୍ଧା ପଡିଛି ୭ ଓଡିଆ ଶ୍ରମିକଙ୍କ ଜୀବନ । ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର ୫ ଜଣ, କେନ୍ଦ୍ରପଡା ଜିଲ୍ଲାର ୨ଜଣ ଯୁବକ ଅଛନ୍ତି । ଜଣେ ଦଲାଲ ମାଧ୍ୟମରେ ମାଲେସିଆର ଏକ କନଷ୍ଟ୍ରକ୍ସନ୍ କମ୍ପାନୀରେ କାମ କରିବାକୁ ଯାଇଥିଲେ ଏଇ ଯୁବକମାନେ । ଜଣେ ଦଲାଲ ମାଧ୍ୟମରେ କାମ କରିବାକୁ ଓଡିଶାରୁ ମାଲେସିଆ ଚାଲିଯାଇଥିଲେ ଏହି ଯୁବକମାନେ । ସେଠାରେ ଥିବା ଏଲଏଫ ବିଲଡିଙ୍ଗ୍ ଆଣ୍ଡ୍ ଟେକ୍ନୋଲୋଜି କମ୍ପାନୀରେ ଦିନ ମଜୁରିଆ ଭାବେ କାମ କରୁଥିଲେ । ହେଲେ କିଛି ଦିନ କାମ କରାଇବା ପରେ ଏମାନଙ୍କୁ ପାରିଶ୍ରମିକ ନଦେଇ କମ୍ପାନୀ ବାହାର କରିଦେଇଛି । ଆଉ ସମ୍ବଳ ନଥିବାରୁ ଭାଗ୍ୟକୁ ଆଦରି ମାଲେସିଆରେ ପଡି ରହିଛନ୍ତି ଏଇ ଯୁବକମାନେ । ୭୦ହଜାର ଟଙ୍କା ନେଇ ଦଲାଲ ଚମ୍ପଟ୍ ହୋଇଯାଇଛି । ମୋବାଇଲରେ ଏକ ଭିଡିଓ ପଠାଇ ଉଦ୍ଧାର ପାଇଁ ପରିବାର ଲୋକଙ୍କୁ ନେହୁରା ହୋଇଛନ୍ତି । ମାଲେସିଆରୁ ଏହି ଯୁବକମାନଙ୍କୁ ଏବେ ଫେରାଇ ଆଣିବାକୁ ସରକାରଙ୍କୁ ଗୁହାରି କରିଛନ୍ତି ପରିବାର ଲୋକେ ।

   Related Posts