ଅଧିକ ରୋମାଞ୍ଚକ ହେବ ଚଳିତ ବିଶ୍ବକପ୍, ଆଇସିସି ଲାଗୁ କରିଛନ୍ତି ୭ ନୂଆ ନିୟମ, ଜାଣନ୍ତୁ ସେସବୁ କ’ଣ

Published By : Prameya-News7 Bureau | May 30, 2019 IST

ଆଇସିସି ବିଶ୍ବକପ୍-୨୦୧୯ ପାଇଁ ଶେଷ ହୋଇଛି ଅପେକ୍ଷା । ଆଉ ମାତ୍ର କିଛି ଘଣ୍ଟା ପରେ ଲଣ୍ଡନର ଓଭାଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଚଳିତ ବିଶ୍ବକପ୍ ର ଉଦଘାଟନୀ ମ୍ୟାଚ୍ । ଆୟୋଜକ ଇଂଲଣ୍ଡକୁ ଭେଟିବ ସାଉଥ ଆଫ୍ରିକା। ଏହା ସହ ଲଣ୍ଡନ ମଲରେ ଅନୁଷ୍ଠିତ ହେବ ଚଳିତ ବିଶ୍ବକପର ଭବ୍ୟ ଉଦଘାଟନୀ ଉତ୍ସବ। ତେବେ ପୂର୍ବରୁ ଅନୁଷ୍ଠିତ ସବୁ ବିଶ୍ବକପ୍ ଅପେକ୍ଷା ଚଳିତ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଅଧିକ ରୋମାଞ୍ଚକର ହେବ। ବିଶ୍ବକପ୍ ର ଏହି ଶୃଙ୍ଖଳା ପାଇଁ ଆଇସିସି ଖେଳରେ କିଛି ନିୟମ ଲାଗୁ କରିଛନ୍ତି । ଏହିକ୍ରମରେ ୭ଟି ନୂଆ ନିୟମ ଲାଗୁ ହୋଇଥିବା ବେଳେ  ଆସନ୍ତୁ ଜାଣିବା ସେସବୁ କ’ଣ।

{"id":117705,"width":587,"height":331}

ଏବେ ନୋ ବଲ୍, ବାଇ ଓ ଲେଗବାଇ ରନ୍ ଟିମ ସ୍କୋରରେ ପୃଥକ ଭାବେ ଯୋଡାଯିବ । ପୂର୍ବରୁ ମଧ୍ୟ ଏ ସବୁ ରନ୍ ହେଉଥିଲା ହେଲେ ତାକୁ ନୋ ବଲ କୁହାଯାଉଥିଲା। ଏବେ ପ୍ରତ୍ୟେକ ବଲରେ ଖେଳାଳି ସଂଗ୍ରହ କରୁଥିବା ରନ୍ କିପରି ସଂଗ୍ରହ ହେଉଛି ତାର ବିସ୍ତୃତ ବିବରଣୀ ରହିବ। ସେହିପରି ନୋ ବଲର ନିୟମ ମଧ୍ୟ ପରିବର୍ତ୍ତନ କରିଛନ୍ତି ଆଇସିସି। ପୂର୍ବରୁଥିବା ନିୟମ ସହ ଲାଗୁକରିଛନ୍ତି ନୂଆନିୟମ। ବୋଲର ଯଦି ଲାଗ ଲାଗ ଦୁଇଥର ବାଉନ୍ସ ବୋଲିଂ କରନ୍ତି ତ ଏହାକୁ ନୋ ବଲ୍ କୁହାଯିବ। ପୂର୍ବରୁ ଏହି ବ୍ଯବସ୍ଥା ନଥିଲା। ଏଣୁ ନୋ ବୋଲରେ ବ୍ୟାଟସମ୍ୟାନଙ୍କୁ ଫ୍ରି ହିଟ୍ ସୁଯୋଗ ମିଳୁଥିଲା। ଏବେ ଖେଳାଳି ଜଗି ରଖି ଖେଳିବେ।

{"id":117706}

ବ୍ୟାଟସମ୍ୟାନଙ୍କ ହେଲମେଟ୍ ରେବାଜି ବଲ୍ କ୍ୟାଚ୍ ହେଲେ ଆଉଟ୍ ଘୋଷଣା କରାଯିବ। ଚଳିତ ବିଶ୍ବକପ୍ ରେ ଏହି ନିୟମ ନୂଆକରି ଲାଗୁ ହୋଇଛି । ତେବେ ହ୍ୟାଣ୍ଡଲ ଦି ବଲ ସ୍ଥିତିରେ ବ୍ୟାଟସମ୍ୟାନ ନଟ୍ଆଉଟ୍ ରହିବେ। ସେହିପରି ଷ୍ଟାଡିୟମରେ ଅମ୍ପେୟାରଙ୍କ ସହ ଅଭଦ୍ର ବ୍ୟବହାର ଖେଳାଳିଙ୍କ ପାଇଁ ମହଙ୍ଗା ପଡିପାରେ। ପ୍ରାୟ କ୍ରିକେଟରେ ଖେଳାଳି ଅମ୍ପେୟାରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥାନ୍ତି। ଏଥିପାଇଁ ବେଳେ ବେଳେ ଝଗଡା ମଧ୍ୟ ହୋଇଥାଏ। ତେବେ ଚଳିତ ବିଶ୍ବକପ୍ ରେ ଆଇସିସି କୋଡ ଅଫ କଣ୍ଡକ୍ଟର ଲେବଲ ୪ର ଧାରା ୧.୩ରେ ସଂଶୋଧନ କରିଛନ୍ତି ।   ଫଳରେ ଦୁର୍ବବ୍ୟବହାର ପାଇଁ ଅମ୍ପେୟାର ଖେଳାଳିଙ୍କୁ ଷ୍ଟିଡିୟମରୁ ବାହାର ମଧ୍ୟ କରିଦେଇପାରିବେ।

{"id":117714}

ସେହିପରି ଆଇସିସି ଷ୍ଟମ୍ପିଂ ଓ  ରନ୍ ଆଉଟ୍ ନିୟମରେ ପରିବର୍ତ୍ତନ କରିଛନ୍ତି। ଏବେ ବ୍ୟାଟ୍ ଯଦି କ୍ରିଜରେ ବି ଥାଏ ତେବେବି ଷ୍ଟମ୍ପ ଓ ରନ୍ ଆଉଟ୍ ଘୋଷଣା କରାଯାଇପାରେ। ହେଲେ ବ୍ୟାଟସ ମ୍ୟାନଙ୍କ ବ୍ୟାଟ୍ ଅଥବା ପାଦ ଯଦି କ୍ରିଜ ଭିତରେ ଶୁନ୍ୟରେ ଥିଲେ ବି ନଟ୍ ଆଉଟ୍ ରହିବେ। ଏଣୁ କ୍ରିକେଟ୍ ପ୍ରେମୀଙ୍କ ଲାଗି ବିଶ୍ବକପ୍ ଯେପରି ରୋମାଞ୍ଚକର ହେବ ସେହିପରି ଖେଳାଳିଙ୍କ ଲାଗି ଅଧିକଚାଲେଞ୍ଜିଂ ହେବ ବୋଲି ଆଶଙ୍କା କରାଯାଉଛି । ତେବେ ଓଭାଲ  ଉଦଘାଟନୀ ମ୍ୟାଚରୁ ଜଣାପଡିଯିବ ନୂଆ ନିୟମକୁ ନେଇ ଖେଳାଳିଙ୍କ ମନଦଶା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.